Odisha news

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ପୂର୍ବତନ ପ୍ରଧାନଶିକ୍ଷକ ଥାନାରେ ଅଟକ

ନୀଳଗିରି -୦୧/୦୪ : ସରକାରୀ ଅର୍ଥ ଆତ୍ମସାତ କରିଥିବା ଘଟଣାରେ ଉଦୟ ନାରାୟଣ ବିଦ୍ୟାପୀଠ, ଧୋବଶିଳାର ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ କୁମାର ଦାସଙ୍କୁ ନୀଳଗିରି ପୋଲିସ ଥାନାରେ ଅଟକ ରଖିବା ଘଟଣା ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ସୂଚନା ଅନୁସାରେ ପୂବର୍ତନ ପ୍ରଧାନଶିକ୍ଷକ ଶ୍ରୀ ଦାସ ହଷ୍ଟେଲରେ ରହି ଆସୁଥିବା ଆଦିବାସୀ ହରିଜନ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ହଷ୍ଟେଲ ରେ ରହଣୀ ପାଇଁ ହଜାର ହଜାର ଟଙ୍କା ପଠାଉଥିବା ବେଳେ ବିବେକହୀନ ପ୍ରଧାନଶିକ୍ଷକ ସୁରେଶ ଦାସ ପିଲାମାନଙ୍କର ଉପସ୍ଥିତ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିଲେ । ଗତ ୩୧/୭/୨୦ରିଖରେ ସୁରେଶ କୁମାର ଦାସ ଅବସର ନେଲେ ସେତେବେଳେ ପ୍ରଧାନଶିକ୍ଷକ ଦାୟିତ୍ୱ ନେଇଥିବା ରମେଶ ଚନ୍ଦ୍ର ସାମଲଙ୍କୁ ସମସ୍ତ କାଗଜପତ୍ର ପ୍ରଦାନ କରିଥିବାଥିଲେ । କିନ୍ତୁ ସୁରେଶ ଦାସ ଜାଣିଶୁଣି କ୍ୟାଶବୁକ୍ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଖାତା, କର୍ମ·ରୀଙ୍କ ଦରମା ରେଜିଷ୍ଟ୍ରାର ହସ୍ତାନ୍ତର କରି ନ ଥିଲେ । ତେବେ ଟଙ୍କା ଆତ୍ମସାତ ନେଇ ପ୍ରଚାର ହେଲା ପରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ।

ଏ ନେଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ନିଦେ୍ର୍ଦଶରେ ତଦନ୍ତ ହେଲା ପରେ ଗତ ୧୫.୩.୨୧ରିଖ ଚିଠି ନଂ.୧୨୨୯ରେ ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଦାସ ଛାତ୍ରଛାତ୍ରୀମାନଙ୍କର ଅର୍ଥକୁ ନୀଳଗିରି ୟୁକୋ ବ୍ୟାଙ୍କ ଖାତା ୦୪୩୨୦୧୦୦୦୬୦୮୧ ରୁ ଦୁଇ ଲକ୍ଷ ଅଠର ହଜାର ପାଞ୍ଚ ଶହ ପ·ଶ ଟଙ୍କା ଉଠାଣ କରି ଆତ୍ମସାତ କରିଥିବାର ଜଣାପଡ଼ିଲା । ପରେ ସୁରେଶ ଦାଶ ପୁଣି ଉକ୍ତ ଅର୍ଥକୁ ପାଶବୁକ୍ରେ ଭରଣ କରିଥିବାର ତଦନ୍ତ ରିପୋର୍ଟ ରୁ ଜଣାପଡ଼ିଛି ।

ଏ ନେଇ ସମସ୍ତ ଦସ୍ତାବିଜ୍ କୁ ପାଥେୟ କରି ଜିଲ୍ଲା ଶିକ୍ଷାଧିକାରୀ ରଂଜନ ଗିରି, ଜିଲ୍ଲା ମଂଗଳ ଅଧିକାରୀ ରାଜୀବ ସାହୁ ନୀଳଗିରି ଥାନାରେ ଅଭିଯୋଗ କଲା ପରେ ନୀଳଗିରି ପୋଲିସ ସୁରେଶ ଦାସଙ୍କୁ ଥାନାରେ ଅଟକ ରଖିଛି । ଏନେଇ ନୀଳଗିରି ଥାନାରେ କେଶ ନଂ. ୯୮/୨୧ରେ ଦଫା ୪୦୬, ୪୧୩, ୪୨୦ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତିା ଗୁରୁବାର ଦିନ ସୁରେଶ ଦାସଙ୍କୁ ଥାନାରେ ଅଟକ ରଖିଥିବା ବେଳେ ପୁଣି ଥାନାରୁ ବାହାରକୁ ପଳାଇ ଯାଇଥିବା ଘଟଣାକୁ କେନ୍ଦ୍ର କରି କିଛି ବେଜେପି ନେତୃମଣ୍ଡଳୀ ନୀଳଗିରି ଥାନାରେ ହୋହାଲ୍ଲା କରି କଣ ପାଇଁ ସୁରେଶ ଦାସ ଙ୍କୁ ଛାଡ଼ି ଦିଆଗଲା ବୋଲି ପାଟିତୁଣ୍ଡ କରିଥିଲେ । ପରେ କିଛି ଘଣ୍ଟା ପରେ ଆଇ.ଆଇ.ସି. ପ୍ରଭଞ୍ଜନ ବେହେରା ସୁରେଶ ଦାସଙ୍କୁ ଥାନାରେ ଆଣି ଅଟକ ରଖିଥିବା ଜଣାପଡ଼ିଛି

Comments are closed.