ବାରିପଦା : ବାରିପଦା ପୌରପାଳିକା ଅନ୍ତର୍ଗତ ଦେବେନ୍ଦ୍ରପୁର ଓ ଭୁଗୁଡାକଟା ଠାରେ ସ୍ଥାପିତ ହୋଇଥିବା ନୂତନ ଅଣୁ ଜୈବ ଖତ ପ୍ରସ୍ତୁତି କେନ୍ଦ୍ର ଓ ଶୁଖିଲା ବର୍ଯ୍ୟବସ୍ତୁ ପ୍ରସ୍ତୁତି କରଣ କେନ୍ଦ୍ର ଏବଂ ପରିଚଳନା ପ୍ରକ୍ରିୟା କାର୍ଯ୍ୟକ୍ରମକୁ ମୟୁରଭଞ୍ଜ ଜିଲ୍ଲାପାଳ ତଥା ବାରିପଦା ପୌରପାଳିକା ପ୍ରଶାସକ ବିନୀତଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା କାର୍ଯ୍ୟନିବାହୀ ଅଧିକାରୀ ପି.ଅନ୍ୱେଷା ରେଡ୍ଡିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ
କରାଯାଇଥିବା ଉକ୍ତ ଅଣୁ ଜୈବ ଖତ ପ୍ରସ୍ତୁତି ଓ ଶୁଖିଲା ବର୍ଯ୍ୟବସ୍ତୁ ପୃଥକରଣ କେନ୍ଦ୍ର ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ପ୍ରତ୍ୟେକ ଘରୁ ଏବଂ ଦୋକାନ ବଜାରରୁ ବାହାରୁଥିବା ଓଦା ଓ ଶୁଖିଲା ଓଳିଆ ଆଦି ସଂଗ୍ରହ କରାଯାଇ ଏହି କେନ୍ଦ୍ର ଜରିଆରେ ଯଥା ପ୍ଲାଷ୍ଟିକ, କାଚ, ପଲିଥିନ, ଲୌହପଦାର୍ଥ, କାଗଜପେଟି, କପଡ଼ା ଇତ୍ୟାଦି ପୃଥକୀକରଣ କରାଯିବାର ବ୍ୟବସ୍ଥା କରାଯାଇଅଛି ତତ୍ ସହିତ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ର ସ୍ଥାନୀୟ ମଯଥାକ୍ରମେ ଭାରତମାତା ଏରିଆ ଲବେୁଲ୍ ଫେଡେରେସନ୍ ଭୁଗୁଡାକଟା ଓ ବାବା ଭୂଳେଶ୍ୱର ଏରିଆ ଲେବୁଲ୍ ଫେଡେରେସନ୍ ଦେବେନ୍ଦ୍ରପୁର, ମହିଳା ଏସଏଚଜିଙ୍କୁ ନ୍ୟସ୍ତ କରାଯାଇଛି ।
କାର୍ଯ୍ୟକ୍ଷମ କରାଯାଇଥିବା ଅଣୁଜୈବ ପ୍ରସ୍ତୁତ ପ୍ରକି୍ରୟା ପରିଚଳାନା ସଂପର୍କରେ ଜିଲ୍ଲାପାଳ ଏସଏଚଜିର ସଭାପତି ତଥା ସଂପୃକ୍ତ ସଦସ୍ୟମାନଙ୍କ ସହିତ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦର କନିଷ୍ଠଯନ୍ତ୍ରୀ ଯାଦବେନ୍ଦ୍ର ମହାପାତ୍ର, ପରିମଳ ନିରୀକ୍ଷକ ସନ୍ତୋଷ କୁମାର ମହାନ୍ତି, ପରିମଳ ବିଶେଷଜ୍ଞ ଗୌରୀଶଙ୍କର ନାୟକ, ସାର୍ଥକ ପ୍ରୟାସ ପାତ୍ର, ଅମ୍ବାନ ପଟ୍ଟନାୟକ ଓ ପରିମଳ ସହାୟକ ଉକôଳ କୁମାର ବେହେରା ଏବଂ ଗୋଷ୍ଠୀ ସାଙ୍ଗଠିକା କୁନିଆ ସାହୁ ପ୍ରମୁଖ ସହଯୋଗ କରିଥିଲେ l
Comments are closed.