Odisha news

ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପଂହଁଚି ପାରିନି ମୌଳିକ ସୁବିଧା : ଦୋଳା କରି ଯାଉଛନ୍ତି ଚିକିତ୍ସା କରିବା ପାଇଁ ବୁଗୁଡା ମେଡିକାଲ

ଙ୍ମବୁଗୁଡା/0୧/୦୪/୨୦୨୧ /ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ଏଭଳି ଗାଁକୁ ରାସ୍ତା,ଗାଁ ଗାଁ ରେ ପାନୀୟ ଜଳ ର ସୁବିଧା ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଭତ୍ତା ସହିତ ଆବସ ଯୋଜନା ଓ ମେଡ଼ିକାଲ ର ବ୍ୟବସ୍ଥା ଏପରି ଅନେକ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର।  କିନ୍ତୁ ତାହା ବାସ୍ତବରେ ଦେଖିଲେ ଜଣା ପଡୁଛି ଗରିବ ଲୋକମାନଙ୍କ କେତେ ତପ୍ତରତା।
ଏବେବି ପଂହଁଚି ପାରିନି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ହରିଜନ ଲୋକଙ୍କ ପାଖରେ ମୌଳିକ ସୁବିଧା। ଏଭଳି ଦୃଶ୍ୟ ବୁଗୁଡା ବ୍ଲକ ଅନ୍ତର୍ଗତ କିରିଆମ୍ବା ଗ୍ରାମରେ ବହୁ ଆଦିବାସୀ ଲୋକେ ବସବାସ କରୁଥିବା ବେଳେ ସେମାନଙ୍କ ପାଖରେ ପଂହଁଚି ପାରିନି ମୌଳିକ ସୁବିଧା। ନାଁ ଅଛି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ, ନାଁ ଆଛି ପାଣି ର ସୁବିଧା, ନାଁ ଅଛି କିଛି ମେଡିକାଲ ର ବ୍ୟବସ୍ଥା ଏପରି ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି ଆଦିବାସୀ ଲୋକେ।
 ଗ୍ରାମରେ ଗୋଟିଏ ନଳକୂପ ରହିଥିବା ବେଳେ ପାଣି ପାଇଁ ମାଇଲି ମାଇଲି ବାଟ ଚାଲିବାକୁ ପଡିଥାଏ। ୧ କିଲୋମିଟର ଦୂରରେ ରହିଥିବା ଏକ ଛୋଟିଆ କେନାଳରୁ ପାଣି ଆଣି ଥାନ୍ତି ଗାଁ ଲୋକେ। ଏଭଳି ଗାଁକୁ ରାସ୍ତା ଟିଏ ନଥିବା ବେଳେ ଗ୍ରାମରେ କୌଣସି ଲୋକ ଦେହ ଖରାପ ହେଲେ ଗାଁକୁ ଆସି ପାରୁ ନାହିଁ 108 ଆମ୍ବୁଲାନ୍ସ। ଶେଷରେ ଦୋଳା କରି ନେଇଥାନ୍ତି ଚିକିତ୍ସା କରିବା ପାଇଁ ବୁଗୁଡା ମେଡିକାଲ। ଏଭଳି ସମସ୍ୟା ନେଇ ତୁରନ୍ତ ୨ ମାସ ମଧ୍ୟରେ ସମାଧାନ କରିବାକୁ ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।
– ହେଲେ ବାସ୍ତବରେ ଚିତ୍ର ଦେଖିଲେ ଜଣା ପଡୁଛି ସରକାରଙ୍କ ଯୋଜନା ହେଉଛି କାହା ପାଇଁ। ଏହି ଆଦିବାସୀ ଲୋକଙ୍କ ଉପରେ ପଡିବ କି ରାଜ୍ୟ ସରକାରଙ୍କ ନଜର।ଏହି ସମସ୍ୟା ର ସମାଧାନ ହେବ ନାଁ ସରପଞ୍ଚ ପ୍ରତିଶ୍ରୁତି ଦେଇ ଭୁଲିଯିବେ। ତାହା ଏବେ ଦେଖିବାକୁ ବାକି ରହିଲା।।

Comments are closed.