ବିଦୁରଙ୍କ ନୀତିକୁ ଦୁନିଆର ସବୁଠୁ ପୁରୁଣା ନୀତି ଶାସ୍ତ୍ର ଭାବରେ ଗ୍ରହଣ କରାଯାଇଛି l କୁହାଯାଏଯେ ଭଗବାନ ଶ୍ରୀକୃଷ୍ଣ ଓ ବିଦୁରଙ୍କର ବୁଦ୍ଧି ବିଦ୍ୟା ଯୋଗୁ ପାଣ୍ଡବ ମାନେ ମହାଭାରତ ଯୁଦ୍ଧରେ ଜୟଲାଭ କରିଥିଲେ l କୁହାଯାଏଯେ ବିଦୁରଙ୍କୁ ତାଙ୍କ ଚତୁରତା କାରଣରୁ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ l ସେଥିପାଇଁ ତାଙ୍କର ନୀତିକୁ ଆମ୍ୱେ ସମସ୍ତେ ଗ୍ରହଣ କରିଥାଉ l ବିଦୁର ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ଲୋକ ମାନଙ୍କ ଦୁର୍ଗୁଣ ବିଷୟରେ କହିଛନ୍ତି ଯେଉଁମାନଙ୍କ ପାଖରେ ଲକ୍ଷ୍ମୀ ଆଦୌ ବାସ କରନ୍ତି ନାହିଁ l
ବେଇମାନି : ବିଦୁରଙ୍କ ନୀତି ଅନୁସାରେ ଯାଉ ବ୍ୟକ୍ତି ବେଇମାନ ଅଟେ ତାଉପରେ କେବେବି ଲକ୍ଷ୍ମୀଙ୍କ କୃପା ରହେନାହିଁ l ବେଇମାନ ବ୍ୟକ୍ତି ଭାବିଥାଏ ସେ ସର୍ବଦା ନିଜର ଚାଲ କପଟ ଦ୍ୱାରା ଧନ ସଂଚୟ କରିଥାଏ l ଯେବେକି ତାର ଧନ ବିନା କାରଣରେ ଖର୍ଚ ହୋଇଯାଇଥାଏ l ବିଦୁରଙ୍କ ନୀତି ଅନୁସାରେ ଏହି ପ୍ରକାର ବ୍ୟକ୍ତି ଧନ ସମ୍ପତି ତ ପ୍ରାପ୍ତ କରିଥାଏ କିନ୍ତୁ ତାହାକୁ ଭୋଗ କରିପାରେ ନାହିଁ l ବିଦୁର କହିଛନ୍ତି ମଣିଷ ସର୍ବଦା ନିଜ ଜୀବନକୁ ସଚୋଟତlର ସହ ଅତିବାହିତ କରିବା ଆବଶ୍ୟକ l
ଅନ୍ୟ ଭରସାରେ ରହୁଥିବା ବ୍ୟକ୍ତି : ବିଦୁର ନୀତି ଅନୁସାରେ ଯେଉଁ ବ୍ୟକ୍ତି ଅନ୍ୟ ଉପରେ ସର୍ବଦା ଭରସା କରି ଜୀବନ ଅତିବାହିତ କରିଥାଏ ତାଉପରେ କଦାପି ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ରହେନାହିଁ l କୁହଂତିଯେ ଏହି ପ୍ରକାର ବ୍ୟକ୍ତି ମାନେ ସଫଳତା ହାସଲ ନକରିପାରି ଅନ୍ୟ ମାନଙ୍କ ଉପରେ ସବୁବେଳେ ନିର୍ଭର କରନ୍ତି l
କର୍ମ ନ କରୁଥିବା ବ୍ୟକ୍ତି : ବିଦୁର କହିଛନ୍ତି ଅଧିକାଂଶ ସମୟରେ କିଛି ଲୋକ ନିଜର ଭାଗ୍ୟ ଉପରେ ଅଟେ ଅଧିକ ବିଶ୍ୱାସ କରିଥାନ୍ତିଯେ କର୍ମ କରିବାର ପ୍ରଭାବ ବିଷୟରେ ଭାବିବାକୁ ଛାଡି ଦିଅନ୍ତି l
ବିଦୁରଙ୍କ ନୀତି ଅନୁସାରେ ଇଶ୍ୱର ସମସ୍ତଙ୍କ ଭାଗ୍ୟ ରଚା କରିଛନ୍ତି , କିନ୍ତୁ ଆମକୁ ସେତେବେଳେ ଆମର ଭାଗ୍ୟର ଫଳ ମିଳିବ ଯେତେବେଳେ ଆମେ ପରିଶ୍ରମ କରିବା l