Odisha news

ବିଦୁରଙ୍କ ନୀତିରେ ଆବଶ୍ୟକତା ଠାରୁ ଅଧିକ ଏହି ଦୁଇଟି ଜିନିଷ ଖର୍ଚ କରିବା ପୂର୍ବରୁ ଚିନ୍ତା କରନ୍ତୁ

ବିଦୁରଙ୍କ ନୀତି ଓ ବିଚାର ଆପଣଙ୍କୁ ଯେତେ କଠୋର ଲାଗିଥିଲେ ମଧ୍ୟ ଏଥିରେ ଜୀବନର ସତ୍ୟତା ରହିଛି l ଆମେ ଏହିସବୁ ନୀତି ନିୟମକୁ ଓ ବିଚାରକୁ ଆମର ଦୈନଦିନ ଜୀବନରୁ ଯେତେ ଆଡେଇ ଗଲେ ମଧ୍ୟ ଏହା ଆମକୁ ଅଧିକାଂଶ ସମୟରେ ସାହାଯ୍ୟ କରିଥାଏ l ବିଦୁରଙ୍କ ନୀତିର ମହତ୍ୱ ମହାଭାରତ କାଳରୁ ରହି ଆସିଛି l ଆଜିର ଏହି ବିଚାର ସ୍ୱାଭିମାନ ଉପରେ ଆଧାରିତ l

* ବିଦୁରଙ୍କ ନୀତିରେ ଆବଶ୍ୟକତା ଠାରୁ ଅଧିକ କାହାକୁ ସମ୍ମାନ ଦିଆଗଲେ ଉକ୍ତ ବ୍ୟକ୍ତି ଆପଣଙ୍କୁ ମୂଲ୍ୟହୀନ ଭାବିଥାଏ l ଏହାର ଅର୍ଥ କେବେବି କୌଣସି ଜିନିଷକୁ ଅଧିକ ଖର୍ଚ କରନାହିଁ ,ସେହି ଜିନିଷ ହେଲା ଇଜ୍ଜତ ଓ ସମୟ l ଯେତେବେଳେ ଆପଣ ଏହି ଦୁଇଟି ଜିନିଷକୁ କାହା ଉପରେ ଅଧିକ ପରିମାଣରେ ନଷ୍ଟ କରିଥାନ୍ତି ସେହି ବ୍ୟକ୍ତି ଆଗରେ ଆପଣଙ୍କର ମୂଲ୍ୟ କମ ହୋଇଯାଇଥାଏ l

* ଯେତେବେଳେ ଆପଣ କୌଣସି ବ୍ୟକ୍ତି ଉପରେ ନିଜର ସମୟ ଓ ସ୍ନେହ ବର୍ବାଦ କରୁଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଆଗରେ ଥିବା ବ୍ୟକ୍ତି ଏହି ଦୁଇଟି ଜିନିଷ ପାଇଁ ଯୋଗ୍ୟକି ନୁହେଁ l

* ଅସଲ ଜୀବନରେ ମନୁଷ୍ୟ ମୋହରେ ପଡି ସମ୍ପର୍କ ଗୁଡିକୁ ବାନ୍ଧି ରଖିବାକୁ ଚେଷ୍ଟା କରିଥାଏ l ସେତେବେଳେ ସେ ଅନୁଭବ କରିପାରି ନଥାଏ ଯେ କଣ ଠିକ କରୁଛି ଓ ଭୁଲ କରୁଛି l ସେ ଯେତେବେଳେ ନିଜର ମୂଲ୍ୟବାନ ସମୟ ଆଗ ଲୋକକୁ ଦେଇଥାଏ ସେତେବେଳେ ଭୁଲି ଯାଇଥାଏ ଯେ ଆଗରେ ଥିବା ଲୋକଟି ସମୟ ଆସିଲେ ପରିବର୍ତ୍ତନ ହୋଇଯାଏ ବୋଲି l

* ବିଦୁରଙ୍କ ନୀତିରେ ଯେବେବି ଆପଣ ନିଜର ସମୟ ଓ ସମ୍ମାନ ଖର୍ଚ କରୁଛନ୍ତି ସେତେବେଳେ ଧ୍ୟାନ ରଖନ୍ତୁ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ସେତିକି ମହତ୍ୱ ଦେଉଛନ୍ତି କି ନାହିଁ l ଯଦି ସେତିକି ମହତ୍ୱ ପାଉ ନାହାନ୍ତି ତେବେ ସେହି ସ୍ଥାନରୁ ଦୁରେଇ ଯିବା ହୁଏତ ଆପଣଙ୍କ ପକ୍ଷରେ ଠିକ ହେବ l

Comments are closed.