ନୀତି ଶାସ୍ତ୍ର ଉପରେ ଆମର ଦୈନନ୍ଦିନ ଜୀବନ ଅତିବାହିତ ହୋଇଥାଏ l ଆମେ ବିଦୁରଙ୍କ ନୀତିକୁ ଆମ ଜୀବନର ମୁଖ୍ୟ ନୀତି ଭାବରେ ଗ୍ରହଣ କରିଥାଉ l କାରଣ ସେ ଜଣେ ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତି ଭାବରେ ମହାଭାରତ ଯୁଗରେ ନିଜର ସ୍ଥାନ ରଖିଥିଲେ l ତାଙ୍କର ନୀତି ଆମ ଜୀବନ ଉପରେ ଅନେକ ମହତ୍ୱ ପକାଇଥାଏ l ଆଜି ଆସନ୍ତୁ ଜାଣିବା ଜୀବନରେ କଣ ସବୁ ତ୍ୟାଗ କରିବା ଉଚିତ l
* ବିଦୁରଙ୍କ ନୀତି ଅନୁସାରେ ଯେଉଁ ଧର୍ମ ଜୀବନରେ ଦୟା ଶିଖାଉ ନାହିଁ ସେହିଭଳି ଧର୍ମକୁ ତ୍ୟାଗ କରିଦେବା ଆବଶ୍ୟକ l କାରଣ ଏହିଭଳି ଧର୍ମ ଜୀବନରେ ଅନ୍ୟ ମାନଙ୍କୁ କଷ୍ଟ ଦେଇଥାଏ l ତେଣୁ ଜୀବନରେ କେବେବି ଅନ୍ୟକୁ କଷ୍ଟ ଦେବା ଉଚିତ ନୁହେଁ l
* ଯେଉଁ ଗୁରୁ ଯାହା କୁହନ୍ତି ତାହା କରନ୍ତି ନାହିଁ ସେହିଭଳି ଗୁରୁଙ୍କୁ ତ୍ୟାଗ କରିଦେବା ଉଚିତ l କାରଣ ଗୁରୁ ଯାହା ନିଜ ଶିଷ୍ୟକୁ ଶିକ୍ଷା ଦିଅନ୍ତି ତାହା ନିଜେ କରିବା ଉଚିତ l ତେବେ ଯାଇ ଶିଷ୍ୟ କିଛି ଶିକ୍ଷା ପାଇବ l
* ବିଦୁରଙ୍କ ନୀତି ଅନୁସାରେ ଯେଉଁ ସ୍ତ୍ରୀ ପରିବାରର ଦାୟିତ୍ୱକୁ ତୁଲାଇ ନଥାଏ ଓ ସର୍ବଦା ଗୃହରେ ଅଶାନ୍ତ ପରିବେଶ ସୃଷ୍ଟି କରିଥାଏ ସେହିଭିଳି ସ୍ତ୍ରୀକୁ ତ୍ୟାଗ କରିଦେବା ଆବଶ୍ୟକ l
* ବିଦୁର କହିଛନ୍ତି ଯେଉଁ ବ୍ୟକ୍ତି କିମ୍ବା ପୁରୁଷ ସର୍ବଦା କ୍ରୋଧରେ ରହି ପାଟିତୁଣ୍ଡ କରେ ଓ ଛୋଟ ଛୋଟ କଥାରେ ଘରର ପରିସ୍ଥିତିକୁ ଅଶାନ୍ତ କରିଥାଏ ,ପିଲା ମାନଙ୍କ ପ୍ରତି ଉଚିତ କର୍ତବ୍ୟ କରେ ନାହିଁ ସେଭଳି ପୁରୁଷକୁ ତ୍ୟାଗ କରିବା ଆବଶ୍ୟକ l
* ବିଦୁରଙ୍କ ନୀତି ଅନୁସାରେ କେବେବି ସମ୍ପର୍କୀୟ ମାନଙ୍କର ଧନ ଦେଖି ସେମାନଙ୍କ ସହିତ ସମ୍ପର୍କ ସ୍ଥାପନା କରନାହିଁ l କାରଣ ବନ୍ଧୁ ପ୍ରଥମେ ଆପଣଙ୍କ ଅସୁବିଧାରେ ଠିଆ ହେବା ଆବଶ୍ୟକ l ତାର ଧନ ଆପଣଙ୍କ ଅସୁବିଧାକୁ ମେଣ୍ଟାଇବ ନାହିଁ l