Odisha news

ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତ

0

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମହାନ୍ତିଙ୍କୁ ୬୨ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଚଳିତବର୍ଷ ଅଗଷ୍ଟ ମାସରେ ମହାନ୍ତି ସରକାରୀ ଚାକିରିରୁ ଅବସର ନେଇଥାନ୍ତେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ଅନୁମୋଦନ ପରେ ମହାନ୍ତିଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏବେ ଓପିଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ଅନୁସାରେ, ପୁଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରିବା ପାଇଁ ଯୋଜନା ଚାଲିଥିବାରୁ ଏହା ପୂର୍ବରୁ ମହାନ୍ତିଙ୍କୁ ଥଇଥାନ କରାଯାଇଥିବା ଜଣାପଡ଼ିଛି।

Leave A Reply