Odisha news

ବିଦୁର ନୀତି ଅନୁସରେ : କିପରି ହୋଇଥାଏ ଶ୍ରେଷ୍ଠ ବ୍ୟକ୍ତିର ଲକ୍ଷଣ

0

ମହାଭାରତର ପାତ୍ର ବିଦୁରଙ୍କର ନୀତି ସମସ୍ତଙ୍କ ଜୀବନରେ ବିଶେଷ ମହତ୍ୱ ରଖିଛି l ଯେଉଁଠାରେ ସତ୍ୟ ଓ ଅସତ୍ୟର ବିବେଚନା କରାଯାଇଥାଏ ,ଯାହାର ଗୋଟିଏ ବିଶେଷ ମହତ୍ୱ ରହିଛି l ବିଦୁର ନୀତି ଯେକୌଣସି ମଣିଷର ଜୀବନରେ ଗୋଟିଏ ସତ୍ୟ ପରାମର୍ଶ ଭଳି ସହାୟକ ହୋଇଥାଏ ,ତେବେ ଆସନ୍ତୁ ଆଜି ଜାଣିବା ବିଦୁରଙ୍କ ମତରେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ କିପରି ଚିହ୍ନିବା l

ଶ୍ରେଷ୍ଠ ବ୍ୟକ୍ତିର ଦୁଃଖ ସହିବାର ଅପାର ଶକ୍ତି ରହିଥାଏ l ଯାହା ଦ୍ୱାରା ସେ ସବୁ ପରିସ୍ଥିତିରେ କଡା ମୁକାବିଲା କରି ପରେ ଓ ସେ ପରମାତ୍ମାଙ୍କ ଉପରେ ବିଶ୍ୱାସ ରଖିବାର ଗୋଟିଏ ଶ୍ରଦ୍ଧାଳୁ ମଧ୍ୟ ହୋଇଥାଏ l

ଶ୍ରେଷ୍ଠ ବ୍ୟକ୍ତି ସବୁବେଳେ ଭଲ କର୍ମକୁ ଆପଣାଇଥାଏ ଓ ଖରାପ କର୍ମଠୁ ଦୂରରେ ରୁହେ l ଏପରି ବ୍ୟକ୍ତି କ୍ରୋଧ ,ଗର୍ବ ,ଲଜ୍ୟା ଓ ଉଦଣ୍ଡତା ଇତ୍ୟାଦି ସମସ୍ତ ଖରାପ ଗୁଣରୁ ଦୂରରେ ରୁହେ l

ଶ୍ରେଷ୍ଠ ବ୍ୟକ୍ତି ଏପରି ବସ୍ତୁର କାମନା ଆଦୌ କରେ ନାହିଁ ,ଯାହା ଦୁର୍ଲଭ ହୋଇଥାଏ କିମ୍ବା ହଜି ଯାଇଥିବା କୌଣସି ମୂଲ୍ୟବାନ ବସ୍ତୁକୁ ନେଇ ଶୋକ କରିଥାଏ l ବିପଦ ପଡିଥିବା ସମୟରେ ସବୁବେଳେ ନିଜର ବୁଦ୍ଧି ବଳରେ କାମ କରେ l

ଶ୍ରେଷ୍ଠ ବ୍ୟକ୍ତି କୌଣସି କାମକୁ ପ୍ରସ୍ତୁତ କରିବା ପୂର୍ବରୁ ତାର ରୂପରେଖ ତିଆରି କରିଥାଏ ଏହାର ଅର୍ଥ ନିଜର କର୍ମ ମଧ୍ୟରେ କେତେବେଳେ ବି ଅଟକି ନଥାଏ ଓ ସମୟକୁ ନଷ୍ଟ କରି ନଥାଏ l

ଗୋଟିଏ ଶ୍ରେଷ୍ଠ ବ୍ୟକ୍ତି କେବେବି ଆଦର ସମ୍ମାନ ପାଇଲେ ଗର୍ବରେ ଫୁଲି ଉଠେନାହିଁ କିମ୍ବା ଅପମାନ ହେଲେ ତାର ମନ ବିଚଳିତ ହୁଏ ନାହିଁ l

Leave A Reply