ମହାତ୍ମା ବିଦୁରଙ୍କର ନୀତି ଅନୁସାରେ ଜୀବନରେ ଭଲରେ ବଂଚିବା ପାଇଁ କେତୋଟି ନିୟମ ମାନିବା ବଶ୍ୟକ l କୁହ ଯାଇଛି ଯେ ବିଦୁରଙ୍କ ନୀତିକୁ ମାନୁଥିବା ନୀତି ଜୀବନରେ ସଫଳତା ଲାଭ କରିଥାଏ l ସଫଳତାର ରାସ୍ତା କେବେବି ସହଜ ନୁହେଁ କିନ୍ତୁ ସଫଳତା ପାଇବା ପାଇଁ ଆମକୁ କେତୋଟି ନିୟମ ମାନିବାକୁ ପଡିବ ,ଯାହା ଆମକୁ ଜୀବନରେ ଉନ୍ନତି ପଥରେ ଆଗେଇ ନବ l ତେବେ ଆସନ୍ତୁ ଜାଣିବା ସଫଳତା ପାଇଁ ବିଦୁରଙ୍କର ଏହି ନୀତି ଗୁଡିକ କଣ l
* କୁଶଳତା -ବିଦୁରଙ୍କ ନୀତି ଅନୁସାରେ ପ୍ରତେକ ବ୍ୟକ୍ତି ଜୀବନରେ ଯେକୌଣସି କାମକୁ ନେଇ କୁଶଳୀ ହେବ ଆବଶ୍ୟକ l କିଛି ଲୋକ ଅଛନ୍ତି ଯେଉଁମାନେ ଜୀବନରେ ଅତି ଶୀଘ୍ର ସଫଳତା ହାସଲ କରି ନେଇଥାନ୍ତି ଓ ଆଉ କିଛି ଲୋକ ସେହି ମାନଙ୍କୁ ଦେଖି କୌଣସି କାମର ଜ୍ଞାନ ନଥାଇ ତାହାକୁ ଆରମ୍ଭ କରି ଦିଅନ୍ତି l କିନ୍ତୁ ଯେଉଁ ବ୍ୟକ୍ତି ଗୋଟିଏ ନିର୍ଦ୍ଧିଷ୍ଟ କାମରେ ସଫଳ ଅଟେ ସେ ହିଁ ଉନ୍ନତି କରିଥାଏ l
* ସଞ୍ଜମ -ମହାତ୍ମା ବିଦୁର କହିଛନ୍ତି ସଫଳତା ପାଇଁ ସଂଞ୍ଜମ ନିହାତି ଆବଶ୍ୟକ l ଗୋଟିଏ ସଫଳତା ଲାଭ କଲେ ଲୋକମାନେ ନିଜର ସଞ୍ଜମ ଉପରେ କାବୁ ରଖିପାରି ନଥାନ୍ତି ,ଯାହା ଦ୍ୱାରା ତାଙ୍କର କ୍ଷତି ହୋଇଥାଏ l ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ରାଗ ଉପରେ ସଞ୍ଜମ ରଖି ପାରନ୍ତି ନାହିଁ ,ଯାହାଦ୍ୱାରା ସେମାନେ ଜୀବନରେ ସଫଳତା ଠାରୁ ଦୁରେଇ ଯାଆନ୍ତି l
* ସତର୍କତା -ମହାତ୍ମା ବିଦୁର କହିଛନ୍ତି ସଫଳତା ପାଇବା ପାଇଁ ଆମକୁ ଜୀବନରେ ଅନେକ ଜିନିଷକୁ ଅଣଦେଖା କରି ସତର୍କ ରହିବ ବଶ୍ୟକ l ଯଦି ସଫଳତାର ରାସ୍ତାରେ ଆମେ ସତର୍କ ରହିବାନି ତେବେ ବାରମ୍ବାର ଭୁଲ କରି ଚାଲିବା l ସେଥିପାଇଁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ସତର୍କତା ରହିବ ନିହାତି ଆବଶ୍ୟକ l
* ଧର୍ଯ୍ୟ -ମହାତ୍ମା ବିଦୁରଙ୍କ ଅନୁସାରେ ଯଦି ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ମନରେ ଧାର୍ଯ୍ୟ ରହିବ ଉଚିତ l ଅଧିକାଂଶ ସମୟରେ ତରବରିଆ ଭାବରେ ଆମେ ନିଜ ଧର୍ଯ୍ୟକୁ ନିୟନ୍ତ୍ରଣ କରି ନପାରି ସଫଳତା ଠାରୁ ଦୁରେଇ ଯାଇଥାଉ l
* ସଚୋଟତା -ମହାତ୍ମା ବିଦୁରଙ୍କ ମତରେ ସଫଳ ହେବ ପାଇଁ ଓ ନିଜ ଲକ୍ଷ ହାସଲ ପାଇଁ ସଚୋଟ ହେବା ନିହାତି ଜରୁରୀ l ବିଦୁର କହିଛନ୍ତି ସତମାର୍ଗରେ କରିଥିବା କାମକୁ ନିଜ ଲକ୍ଷକୁ ହାସଲ କରିବା ପାଇଁ ସଚୋଟତା ଏକାନ୍ତ ଆବଶ୍ୟକ l ତେଣୁ ଯେକୌଣସି କାମ ଆପଣ କରନ୍ତୁ ପଛେ ତାହାକୁ ଆପଣ ସଚୋଟତାର ସହିତ କରିବା ବଶ୍ୟକ l