ଆଜିର ଦିନରେ ଯଦି ଭାରତ ସମେତ ଅନେକ ଦେଶରେ ଦେଖିବାକୁ ମିଳିଥାଏ, କିନ୍ତୁ ଦୁନିଆର ଏଭଳି ଗୋଟିଏ ଦେଶ ରହିଛି ଯେଉଁଠି ଭିକାରି ଆଦୌ ମଧ୍ୟ ଦେଖା ଯାଇନଥାଏ l ସେହି ଦେଶଟି ହେଉଛି ଭାରତର ପଡୋଶୀ ଦେଶ ଭୁଟାନ, ଯେଉଁ ଦେଶ ନିଜର ସୌନ୍ଦର୍ଯ୍ୟ ପାଇଁ ପରିଚିତ l ପର୍ଯ୍ୟଟକ ମାନେ ନିଜ ମନର ଶାନ୍ତି ପାଇଁ ଭୁଟାନ ଯେବାକୁ ପସନ୍ଦ କରିଥାଆନ୍ତି l ଭୁଟାନ ରେ ଆପଣଙ୍କୁ ରାସ୍ତାରେ ଗୋଟିଏ ହେଲେ ଭିକାରୀ ମିଳିବେ ନାହିଁ l
ଭୁଟାନ ନାଗରିକ ମାନଙ୍କର ସୁଖ ସମ୍ପର୍ଣ ଜୀବନ –
ଯେଉଁଠି ଭୁଟାନ ସରକାର ନିଜ ଦେଶର ନାଗରିକ ମାନଙ୍କୁ ରହିବାକୁ ବାସ ଗୃହ ଏବଂ ପେଟ ପୋଷିବା ପାଇଁ ରୋଜଗାର କ୍ଷମ କରାଯାଇ ଥାଏ l ତେଣୁ ଏହି ଦେଶରେ ଗୋଟିଏ ଭିକାରି ଆପଣଙ୍କୁ ମିଳିବେ ନାହିଁ l ଭୁଟାନ ଲୋକ ମାନଙ୍କର ଗୋଟିଏ ସୁଖୀ ଜୀବନ ଅଟେ l ଏଠାକାର ନାଗରିକ ମାନେ ମାଗଣା ଚିକିତ୍ସା ଲାଭ କରି ଥାଆନ୍ତି l ଏବଂ ଏଠାରେ ସମସ୍ତ ଲୋକଙ୍କୁ ମଧ୍ୟ ରହିବା ପାଇଁ ଘର ମିଳିଥାଏ l ଏହା ଗୋଟିଏ ଏଭଳି ଦେଶ ଯେଉଁଠି କେହିବି ଭୋକିଲା ରୁହନ୍ତି ନାହିଁ l ଅର୍ଥାତ ଏହା ଏସିଆ ର ସବୁଠୁ ସୁଖୀ ସମ୍ପନ ଦେଶ ଅଟେ l
କଣ ରହିଛି ଭୁଟାନ ର ନିୟମ –
୨୦୦୮ ରେ ଜନସାଧାରଣଙ୍କୁ ଦେଶର ଅନ୍ତରୀଣ ଶାନ୍ତି ପାଇଁ ସକଳ ରାଷ୍ଟ୍ରୀୟ ଖୁସି ସମିତି ଗଠନ କରାଯାଇ ଥିଲା l ଏମିତିକି ଜନସଙ୍ଖ୍ୟା , ଜନଗଣନା ପ୍ରଶନାବଳୀ ର ଗୋଟିଏ ସ୍ତମ୍ଭ ରହିଥାଏ ଯେଉଁଠି ଆପଣ କହି ପାରିବେ ଆପଣ ନିଜ ଜୀବନ ରେ ଖୁସି ଅଛନ୍ତି କି ନାହିଁ l ଏଠାରେ ଗୋଟିଏ ଖୁସି ମନ୍ତ୍ରଣାଳୟ ମଧ୍ୟ ଅଛନ୍ତି, ଯିଏକି ସମସ୍ତ ଘରୋଇ ଖୁସିକୁ ମାପ କରିଥାଏ l ଏଠାରେ ଜୀବନର ଗୁଣବତା ତାଙ୍କର ବିତିୟ ଓ ମାନସିକ ମୂଲ୍ୟ ମଧ୍ୟରେ ସନ୍ତୁଳନ ନିର୍ଧାରିତ କରିଥାଏ l
ଏଠାକାର ଲୋକେ ନିଜ ପର୍ଯାବରଣ କୁ ନେଇ ଖୁବ ସଚେତନ, ଏଠାରେ ପ୍ଲାଷ୍ଟିକ ଥଳି ୧୯୯୯ ଠାରୁ ପ୍ରତିବନ୍ଧ ଅଟେ l ଏବଂ ଏଠାରେ ତମ୍ବାଖୁ ସେବନ ନିଷେଧ ଅଟେ l ଏଠାରେ ଲୋକେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ ଥାଆନ୍ତି l ୨୦୧୫ ରେ ଏଠାକାର ଲୋକେ ଗୋଟିଏ ଘଂଟାରେ ୫୦ ହଜାର ଗଛ ଲଗାଇ ରେକର୍ଡ କରିଛନ୍ତି l