ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ଦୁର୍ଗମ ଅଚଂଳରେ ମ୍ୟାାଲେରିଆ ନିରାକରଣ ସଂର୍ପକୀତ କାର୍ଯ୍ୟକ୍ରମ ଦମନ୨୦୨୦ ହୋଇଯାଇଛି । ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବାଲିବୋ ପଚାଂୟତର ଦଧିସିଙ୍ଗା , ଅରିଲୋ ଦୟଣାବିଲ ପଚାଂୟତ ଛାଟିଆସାହି , ମଠକରଗୋଳା ପଚାଂୟତର ସର୍ପଣୀ , କରଡାପାଳ , ସୁରପ୍ରତପାପୁର ପଚାଂୟତର ଥୋରିଆସନ୍ଧା ଗ୍ରାମରେ ବସବାସ କରୁଥିବା ଶତାଧିକ ବ୍ୟକ୍ତିଙ୍କର ରକ୍ତନମୁନା ପରୀକ୍ଷା କରାଯାଇଥିଲା ।
ଏହି ନମୁନା ପରୀକ୍ଷଣ ପରେ ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା କରାଯିବାର ଯୋଜନାକରାଯାଇଛି । ଗର୍ଭବତୀ , ପ୍ରସୁତି ଏବଂ ୫ ବର୍ଷରୁ କମ ବୟସର ଶିଶୁଙ୍କର ହେମୋଗ୍ଲାବିନ ଓଜନ , ରକ୍ତଚାପ , ଓ ବାହୁ ମାପ କରାଯାଇଥିଲା । ଏହି ଦମନ କାର୍ଯ୍ୟକ୍ରମ ୨୯ ତାରିଖରୁ ଆରମ୍ଭ ହୋଇ ୧ତାରିଖ ଯାଏ ଚାଲୁରହିଥିଲା ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ଭାଗବତ ମାଝୀ , ଭେକ୍ଟରବାହିତ ରୋଗର ପରିଦର୍ଶକ ଅମିତ କୁମାର ସାମଲ % କାର୍ଯ୍ୟକ୍ରମ ପରିଚାଳିକା ମମତା ସାହୁ % ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମାନଓ ରଂଜନ ମିଶ୍ର , ମହୁଲପାଳ ସେକ୍ଟର ସୁପରଭାଇଜର ସୂର୍ଯ୍ୟକାନ୍ତ ବେହେରା , ସ୍ୱାସ୍ଥ୍ୟ କର୍ମୀ ମାନଓ କୁମାର ସାହୁ ଅଙ୍ଗନବାଡି ଦିଦି , ଆଶା ଦିଦି ସହୟତା କରିଥିଲେ ।