Odisha news

ଭଞ୍ଜନଗର ଉପଖଣ୍ଡକୁ ଗଞ୍ଜାମ ଜିଲ୍ଲାପାଳଙ୍କ ତୁଫାନୀ ଗସ୍ତ

0

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡର ଆସ୍କା, ଶେରଗଡ଼, ଧରାକୋଟ, ସୋରଡ଼ା ଦେଇ ଭଞ୍ଜନଗର ବ୍ଲକ୍ରେ ପହଞ୍ଚି ବ୍ଲକ୍ ପ୍ରାଙ୍ଗଣରେ ଜନ ପ୍ରତିନିଧି ଏବଂ ପ୍ରଶାସନ ଅଧିକାରୀମାନଙ୍କ ସହ କୋଭିଡ଼-୧୯ ସଂକ୍ରାନ୍ତରେ ଆଲୋଚନା କରି କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ  । ଦିନକୁ ଦିନ କୋରୋନା ସ୍ଥିତି ଗଞ୍ଜାମ ଜିଳ୍ଲାରେ ଜଟିଳ ହେବାରେ ଲାଗିଛି  । ଭଞ୍ଜନଗର ବ୍ଲକ୍ରେ ମଧ୍ୟ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  ।

କୋଭିଡ଼ ପରି·ଳନାରେ ଜନ ପ୍ରତିନିଧି ଏବଂ ପ୍ରଶାସନ ଅଧିକାରୀମାନଙ୍କ ଗୁରୁ ଦାୟିତ୍ୱ ଥିବାରୁ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ  । ବ୍ୟବସାୟ ପ୍ରତିଷ୍ଠାନ କୋଭିଡ଼ ନିୟମ ଉଲଂଘନ କରି ବ୍ୟବସାୟ କଲେ ସେମାନଙ୍କ ପ୍ରଥମେ ଏକ ହଜାର ଫାଇନ୍ ପକାଇ ଏକ ସପ୍ତାହ ପର୍ଯ୍ୟନ୍ତ ଦୋକାନ ସିଲ୍ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି  । ଏହା ସତ୍ତ୍ୱେ କୌଣସି ବ୍ୟବସାୟୀ ନିୟମ ଉଲଂଘନ କଲେ ସମ୍ପୃକ୍ତ ଦୋକାନକୁ ଏକ ମାସ ପର୍ଯ୍ୟନ୍ତ ସିଲ୍ କରିବା ସହ ତାଙ୍କ ନାମରେ କେସ୍ ଫାଇଲ୍ କରିବାକୁ ସ୍ଥାନୀୟ ଅଧିକାରୀମାନଙ୍କୁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି  ।

ପଞ୍ଚାୟତ ସ୍ତରରେ କୋଭିଡ଼ କେର୍ ହୋମ୍ ଆରମ୍ଭ ହୋଇଥିବାରୁ କୌଣସି ବ୍ୟକ୍ତି କାଶ, ଜ୍ୱର ହେଲେ ସେଠାକୁ ଯାଇ ଚିକିତ୍ସିତ ହୋଇପାରିବେ  । ସେଠାରେ କୌଣସି କୋରନା ସମ୍ପର୍କିତ ସୂଚନା ମିଳିଲେ ସେଠାରୁ କୋଭିଡ଼୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି  । ପ୍ରତି ପଞ୍ଚାୟତ କେର୍ ସେଣ୍ଟରରେ ଜଣେ ମନିଟର ରହି ପରି·ଳନା କରିବେ  । ପ୍ରତି ପଞ୍ଚାୟତ ୱାର୍ଡ଼ ସ୍ତରୀୟ ବୈଠକ କରି ସାମାଜିକ ଦୂରତା, ମାସ୍ପ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, କାଶ, ଜ୍ୱର ଲାଗିଲେ ପଞ୍ଚାୟତ କେର୍ ସେଣ୍ଟରକୁ ଯିବା ପାଇଁ  ସଚେତନ କରିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି  ।

କୌଣସି ଆବଶ୍ୟକ ନଥିଲେ ଗାଡ଼୍ି ବ୍ୟବହାର କରିବେ ନାହିଁ, ଗାଁରୁ ସହରକୁ ନଯିବା ପାଇଁ ବାରଣ କରିଛନ୍ତି ଜିଲ୍ଲାପାଳ  । ଚଳିତ ଜୁଲାଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଛନ୍ତି  ।  ଟ୍ରେସିଙ୍ଗ୍, ଟେଷ୍ଟିଙ୍ଗ୍ ଏବଂ ଟ୍ରିଟ୍ମେଣ୍ଟ ଉପରେ କଡ଼ା ନଜର ରଖିଲେ କୋରନା ସଂକ୍ରମଣ ମୁକାବିଲା କରିବା ସମ୍ଭବ ବୋଲି କହିଥିଲେ  । ଏଥିପାଇର୍ ସରପଞ୍ଚମାନ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ  । ବିଡ଼ିଓ, ତହସିଲ୍ଦାର ଏବଂ ଥାନା ଅଧିକାରୀମାନ ମିଳିତ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ  । ବିବାହ, ବ୍ରତ ଏବଂ ଅନ୍ୟାନ୍ୟ ଭୋଜିଭାତ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ କହିଥିଲେ  ।

ବିବାହ ଉତ୍ସବରେ ଯୋଗ ଦେଇଥିବା ପୁରୋହିତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ପ୍ରବାସୀ ଉଡ଼ିଆମାନଙ୍କୁ କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ଦୁଇ ହଜାର ଟଙ୍କା ଦେବାକୁ ବିଡ଼ିଓଙ୍କୁ ନିଦେ୍ର୍ଦଶ ଦେଇଛନ୍ତି  । ମନେରେଗା କାମରେ ସବୁ ପଞ୍ଚାୟତର ପ୍ରବାସୀ ଓଡ଼ିଆଙ୍କୁ କାମରେ ନିୟୋଜିତ କରିବାକୁ ଆବଶ୍ୟକ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେଇଥିଲେ  । କୋହଳ ସ୍ଥିତି ଜାରି ରଖିବାକୁ ହେଲେ କୋଭିଡ଼ ନିୟମ ମାନି ·ଲିବାକୁ ପଡ଼ିବ ନଚେତ ସଟ୍ଡାଉନ୍ ଯିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସତର୍କ କରିଛନ୍ତି  । ସେଥିପାଇଁ ସମସ୍ତ ଜନସାଧାରଣ ଘରେ ରହିବାକୁ ଅପିଲ୍ କରିଛନ୍ତି  ।

ମୁଖ୍ୟତଃ ସାନିଟାଇଜ୍, ମାସ୍କ ଏବଂ ସାମାଜିକ ଦୂରତା ଉପରେ ସମସ୍ତେ ଫୋକସ୍ କରିବା ଉଚିତ ବୋଲି ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ  । ଏଥି ନିମନ୍ତେ ଗାଁମାନଙ୍କରେ ସରପଞ୍ଚମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି  । ଏହି ବୈଠକରେ ଭଞ୍ଜନଗର ବ୍ଲକ୍ର ସମସ୍ତ ସରପଞ୍ଚ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଏଏସ୍ଆଇ ମିତାରାଣୀ ପରିଡ଼ାଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ତିତ ଥିଲେ  । ଜିଲ୍ଲାପାଳ ଭଞ୍ଜନଗର ଗସ୍ତ ପରେ ବେଲଗୁଣ୍ଠା ବ୍ଲକ୍, ଜଗନ୍ନାଥପ୍ରସାଦ ବ୍ଲକ୍ ଏବଂ ବୁଗୁଡ଼ା ବ୍ଲକ୍ ଗସ୍ତ କରି ଛତ୍ରପୁର ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି  ।

Nalco

Leave A Reply