ଉତ୍ସ।ହିତ ଚାଷୀ ଓ ଜନସାଧାରଣଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ବିଧାୟକଙ୍କୁ ନିଦେ୍ର୍ଦଶ ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ
ବେତନଟୀ : କରୋନା ମହାମାରୀ ସାରା ବିଶ୍ୱର ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଭାରତ ବର୍ଷର କୋଣ ଅନୁକୋଣ, ଓଡିଶା ରାଜ୍ୟର ଘରେ ଘରେ, ମୟୂରଭଞ୍ଜ ଜିଲ୍ଲାର ଗ୍ରାମ ଗୁଡିକରେ ବସବାସ କରୁଥିବା ଜନ ସାଧାରଣଙ୍କର ଅର୍ଥନୀତି ଏବେ ଦୋଦୁଲ୍ୟମାନ ସ୍ଥିତିରେ ରହିଛି । ଜନସାଧାରଣଙ୍କର ବିଗିଡି ଯାଇ ଥିବା ଅର୍ଥନୀତିର ସୁଧାର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ମସô୍ୟ ଚାଷ, ଛେଳି ଚାଷ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଧାରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରା ଯିବ । ଫିସାରୀ ହବ ପାଇଁ ମଧ୍ୟ କାର୍ଯ୍ୟକ୍ରମ ଆଗକୁ ବଢ଼ିଛି ଯାହା ମୟୂରଭଞ୍ଜ ଓ ବାଲେଶ୍ୱର ମାଛ ଚାଷୀ ଓ ବ୍ୟବସାୟୀ ମାନଙ୍କ ପାଇଁ ଏକ ବିସ୍ତୃତ ସହାୟକ କାର୍ଯ୍ୟକ୍ରମ ହେବ । ଏହି ମର୍ମରେ ମତ ପ୍ରକାଶ କରିଛନ୍ତି କେନ୍ଦ୍ର ଦୁଗ୍ଧୀକରଣ, ମସô, ପଶୁପାଳନ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ।
ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବେତନଟୀ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପହଞ୍ଚି ଥିଲେ । ବଡସାହି ବିଧାୟକ ସନାତନ ବିଜୁଳିଙ୍କ ଉଦେଶ୍ୟରେ ମତ ରଖି ଶ୍ରୀ ଷଢ଼ଙ୍ଗୀ ଯଥା ସମ୍ଭବ ଲୋକଙ୍କୁ ସଚେତନ ଓ ସହାୟତା କରିବାକୁ ନିଦେ୍ର୍ଦଶ ଦେଇ ଥିଲ । ବଡସାହି ବିଧାୟକ ସନାତନ ବିଜୁଳି ପ୍ରତ୍ୟେକ ଦିନ ଲୋକଙ୍କ ପାଖରେ ସେ ନିଜେ ଓ ତାଙ୍କର ଦଳ କିପରି ଛିଡା ହୋଇ ସହାୟତା କରିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି ଥିଲେ । କୌଳିକ ବୃତ୍ତିରେ ଥିବା ସବୁ ବର୍ଗର ଲୋକଙ୍କୁ ସହାୟତା କରା ଯାଇଛି । ଏପରିକି ରକ୍ତଦାନ ଭଳି ଅନନ୍ୟ ଉଦ୍ୟମ ଦ୍ୱାରା ଅନୁ୍ୟନ ୫୦୦ରୁ ଉର୍ଦ୍ଧ ଜୀବନ ଏପର୍ଯ୍ୟନ୍ତ ବଞ୍ଚି ପାରିଛି ବୋଲି ବିଧାୟକ ସୂଚନା ପ୍ରଦାନ କରି ଥିଲେ ।
ଏହାକୁ ଶୁଣି ମନ୍ତ୍ରୀ ଖୁସି ବ୍ୟକ୍ତ କରି ଥିଲେ । ଆଜିର କାର୍ଯ୍ୟକ୍ରମରେ ବେତନଟୀ ବ୍ଲକ ଅଧ୍ୟକ୍ଷ କାଳିଚରଣ ସୋରେନ, ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡା, ବେତନଟୀ ମଣ୍ଡଳ ସଭାପତି ରାଜକିଶୋର ସାହା, ବୈଶିଙ୍ଗା ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ଶଶୀ ଶେଖର ପଣ୍ଡା, ବୀରେନ୍ଦ୍ର ପ୍ରଧାନ, ଭବାନୀଶଙ୍କର ସାହୁ, ଅଭୟ ମହାପାତ୍ର, ସଞ୍ଜୟ ବେହେରା, ଅଜୟ ବେହେରା, ଲକ୍ଷ୍ମୀଧର ଦଣ୍ଡପାଟ, ତପନ କୁମାର ନାୟକ, ଖଗେନ୍ଦ୍ର ସାହୁ, ହିମାଂଶୁ କବାଟ ପ୍ରମୁଖ ଯୋଗ ଦେଇ ଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ସତୀଶ କୁମାର ସାହୁ, ସମ୍ପାଦକ ଶଶଧର ପଣ୍ଡା, ଗୁରୁଜୀ ଗୁରମା ମାନେ ଏହି ସ୍କୁଲର ଆବଶ୍ୟକତା ବାବଦରେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରି ଥିଲେ । କରୋନା ପ୍ରତିବନ୍ଧକ ଥିବାରୁ ସଭା ଅନୁଷ୍ଠିତ ହୋଇ ନପାରି ଐପଚାରିକ ଆଲୋଚନା ହୋଇ ଥିଲା ।