ଭୋଜପୁରୀ ଅଭିନେତ୍ରୀ, ନୃତ୍ୟାଙ୍ଗନା ତଥା ଗାୟିକା ଅକ୍ଷରା ସିଂହ ଏବେ ଗୀତ ମାଧ୍ୟମରେ ୟୁଟୁବ୍ରେ ଧମାଲ କରୁଛନ୍ତି । ସେ ହୋଲି ଅବସରରେ ଏକ ଭୋଜପୁରୀ ଗୀତ ରିଲିଜ୍ କରିଛନ୍ତି ଯାହା ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଅକ୍ଷରାଙ୍କ ଏହି ଗୀତ ହେଉଛି ‘ହୋଲି କା ପହଲା ପୈଗାମ୍’ । ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ଏହି ଗୀତ ସହିତ ସମାଜକୁ ଏକତା ବଜାୟ ରଖିବାର ବାର୍ତ୍ତା ଦେଇଛନ୍ତି । ଏହି ଗୀତକୁ ଏବେ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଭୁ୍ୟଜ୍ ମିଳିସାରିଲାଣି । ଏହି ଭିଡିଓରେ ଅକ୍ଷରା ଡାନ୍ସ କରୁଥିବା ଦେଖିବାକୁ ମିଳିଛି । ଆଶିଷ ଯାଦବଙ୍କ ନିର୍ଦ୍ଦେଶିତ ଗୀତରେ ମୁ୍ୟଜିକ୍ ଦେଇଛନ୍ତି ଅବିନାଶ ଝା । ଲିରିକ୍ସ ଲେଖିଛନ୍ତ ମନୋଜ ମତଲବୀ । ତାଙ୍କର ନୂଆ ଗୀତ ‘କଲ୍ କରେଁ କ୍ୟା’ ୟୁଟୁବ୍ରେ ଭଲ ରେସ୍ପନ୍ସ ମିଳିଛି । ଟିକ୍ଟକ୍କୁ ଧ୍ୟାନରେ ରଖି ଅକ୍ଷରା ଏହି ଗୀତ ପ୍ରସ୍ତୁତ କରିଛନ୍ତି । ଅକ୍ଷରା ୨୦୧୧ରେ ‘ପ୍ରାଣ ଯାଏ ପର ବଚନ ନ ଯାଏ’ରୁ ଅଭିନୟ ଆରମ୍ଭ କରିଥିଲେ ।