Odisha news

ନବମ ବର୍ଷରେ ପ୍ରାଚୀ ପରିକ୍ରମା ଏକ ତାତ୍ୱିକ ପରମ୍ପରା ଆହ୍ୱାନ

0

କାକଟପୁର-ଭାରତବର୍ଷରେ ପ୍ରବାହିତ ନଦୀମାନଙ୍କ ମଧ୍ୟରେ ପ୍ରାଚୀ ନଦୀ ସ୍ୱତନ୍ତ୍ରତା ବହନ କରିଅଛି । ପୁରାତନ କାଲରେ ମାନବ ସଭ୍ୟତା ସାଧାରଣତଃ ନଦୀ ଅବବାହିକାରେ ଗଢି ଉଠିଥିବାର ଐତିହାସିକମାନେ ପ୍ରମାଣ କରିଛନ୍ତି । ପ୍ରାଚୀ ନଦୀର ସୃଷ୍ଟି ପୈାରାଣିକ ଯୁଗରେ ହୋଇଥିବାରୁ ତତକାଳୀନ ମୁନିଋଷିମାନେ ଏହାର ଉଭୟ ତଟରେ ମଠ ମନ୍ଦିରଓ ଆଶ୍ରମମାନ ସ୍ଥାପନ କରି ସାଦାରଣ ଲୋକମାନଙ୍କୁ ସଭ୍ୟତାର ସ୍ୱାଦୁ ତଥା ବେଦ ଉପନିଷଦର ବାଣୀ ମାଧ୍ୟମରେ ଶୃଙ୍ଖଳିତ,ସାଧୁତାର ଶିକ୍ଷା ଦେଇ ବର୍ତମାନର ସଭ୍ୟ ମନୁଷ୍ୟ ସମାଜ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲେ । ସେହି ନଦୀର ଅବୟବ କାଳକ୍ରମେ ଲିକ୍କାୟୀତ ହେବା ସହ ପୈାରାଣିକ ଗାଥାଗୁଡିକ ଲୋପପାଇଯାଉଥିବା ସମୟରେ ନୀତିନିଷ୍ଠ ସାଧୁସନ୍ଥମାନେ ସେହି ଲୁକାୟୀତ ଧ୍ୱଂସାଭିମୁଖୀ ତଥ୍ୟ ପୁରାତନ ସ୍ମୃତିକୁ ଉପଜୀବିତ କରିବା ସହ ମନୁଷ୍ୟ ସମାଜକୁ ତାର ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିବା ଉଦେ୍ଦଶ୍ୟରେ ଦୀର୍ଘ ବର୍ଷ ଧରି ପ୍ରାଚୀ ପରିକ୍ରମା ଭଳି ଏକ ଧାର୍ମିକ ଓ ତାତ୍ୱିକ କାର୍ଯ୍ୟ ହାତକୁ ନେଇଛନ୍ତି ।

ଏହି ପରିକ୍ରମା ଚଳିତ ବର୍ଷ ଫେବୃୟାରୀ ମାସ ୧୩ ତାରିଖରୁ ଅନ୍ଧମୁନି କପିଳେଶ୍ୱରଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ନିଆଳି ସୋଭନେଶ୍ୱର ମନ୍ଦିର,ମାଧବ ମାଧବାନନ୍ଦଜୀ ମନ୍ଦିର,ବେତଣ୍ଡା ତଥା କାକଟପୁରର ନିଗମାନନ୍ଦ ଆଶ୍ରମ,ମାମଙ୍ଗଳା ମନ୍ଦିର,ଦେଉଳୀମଠ,ସରିପୁର ଅପସରା କ୍ଷେତ୍ର,ବଙ୍ଗୋପସାଗର ସଙ୍ଗମସ୍ଥଳ ପ୍ରାଚୀ ନଦିର କେଳୁଣୀ ମୁହାଣ,କେଉଟଜଙ୍ଗା,ତେନ୍ତୁଳିଆ ବାଲି ସାହି,ଶ୍ରୀରାମେଶ୍ୱର ପାଣିଛତ୍ର, ପ୍ରାଚୀଗୁରୁ ଧର୍ମକ୍ଷେତ୍ର ନଆହାଟ, କ୍ଷୀରଗଛ ମଠ,ଅମରେଶ୍ୱର,ଦଶହରାଗଡିଆ ଶଙ୍ଖପଡା,ବୁଦେ୍ଧଶ୍ୱର ମନ୍ଦିର ଦେଉଳୀଧରପୁର । ଅନନ୍ତବଦୀମଠ ଦେଇ ପୁନର୍ବାର ଶ୍ରୀକପିଳେଶ୍ୱର ମନ୍ଦିରରେ ପୂର୍ଣ୍ଣାହୁତି ସହ ପଙ୍କୋଧର ଏକାଦଶୀରେ ପ୍ରାଚୀପରିକ୍ରମା ଶେଷ କରାଯାଏ । ଏହି ପରିକ୍ରମାରେ ସହସ୍ରାଧିକ ସଂଖ୍ୟକ ଓଡିଶାର ସାଧୁସନ୍ଥଙ୍କ ସହ ବିଦେଶୀ ପରିବ୍ରାଜକ ମଧ୍ୟରେ ଆମରିକା,ଈଂଲଣ୍ଡ,ବ୍ରାଜିଲ,ହଂଗେରୀ,ଋଷିଆ ଭଳି ୧୫ଟି ଦେଶର ଭକ୍ତମାନେ ଯୋଗଦେଇ ପ୍ରାଚୀପରିକ୍ରମାର ଗାରୀମା ବୃଦ୍ଧି କରାଉଥିବା ବ୍ରହହ୍ମଚାରୀ ପ୍ରଦୀପଙ୍କଠାରୁ ପ୍ରକାଶ ।

ଗତକାଲି ପ୍ରାଚୀ ପରିକ୍ରମା ଦଳ ଦେଉଳୀମଠରେ ପହଂଚି ଏକ ସଭା ମାଧ୍ୟମରେ ପ୍ରାଚୀ ନଦୀ ପୁନରୁଦ୍ଧାର ପାଇଁ ଅଂଟା ଭିଡିଥିବା ପ୍ରାଚୀ ସୁରକ୍ଷା ସମିତିର ସଭାପତି ସ୍ୱପ୍ନେଶ୍ୱର ସାହୁ ଓ ସଂପାଦକ ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରାଚୀକୁ ପ୍ରଦୂଷଣ ମୁକ୍ତ ପାଇଁ କଂଟାପଡା ସରପଂଚ ଗଗନ ବିହାରୀ ଦାଶଙ୍କୁ ସମ୍ମାନୀତ କରିଥିଲେ । ଏଭଳି ଏକ ସାମାଜିକ ସଂଂସ୍କାର ଐତିହ୍ୟ ସୁରକ୍ଷା ତଥା ସମଗ୍ର ବିଶ୍ୱକୁ ବସୁଧୈବ କୁଟୁମ୍ବକମ ବାର୍ତା ପ୍ରେରଣ କରୁଥିବା ପ୍ରାଚୀପରିକ୍ରମାକୁ ଆହୁରି ପ୍ରଚାର ଓ ପ୍ରସାର କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଦୃଷ୍ଟି ଦେଲେ ପ୍ରାଚୀ ସଂସ୍କୃତି ବିଶ୍ୱସ୍ତରରେ ପହଂଚିପାରିବ ବୋଲି ଉକ୍ତ ପରିକ୍ରମାର ପୁରୋଧା ସ୍ୱାମୀ ପ୍ରଜ୍ଞାନନନ୍ଦଜୀ ମତପ୍ରକାଶ କରିଛନ୍ତି ।

Leave A Reply