Odisha news

ଶୋଇବାବେଳେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

0

ରାୟଗଡା-ଶୋଇବାବେଳେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟି ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁର ଥାନା ଅନ୍ତର୍ଗତ ସେରିଗୁମା ପଞ୍ଚାୟତ ପାର୍ଲାପାଇ ଗ୍ରାମରେ।ସୂଚନା ଅନୁଯାୟୀ  ନିଲିଆ ପିଡ଼ିସିକା ନାମକ ଜଣେ ୭୦ ବର୍ଷୀୟ ମହିଳା  ଘରେ ସୋଇଥିବା ସମୟରେ ସେହି ଗାଁର ଆପନା କାଣିକା ନାମକ ବ୍ୟକ୍ତି ସକାଳୁ ୫ଘଣ୍ଟା ସମୟରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ କଲ୍ୟାଣସିଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ଅଭିଯୁକ୍ତ ଆପନା  କାଣିକାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।ପୋଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପାଠଇ ଥିବା ଜଣା ପଡ଼ିଛି।ତେବେ ବର୍ତ୍ତମାନ ସୁଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.