ଭୋଗରାଇ : ପ୍ରକୃତିର ଗନ୍ତାଘରରେ ଲୁଚି ରହିଥିବା ଅଳଙ୍କାରକୁ ଖୋଜି ଅଧିକ ଆକର୍ଷଣ କରାଯିବା ସହ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ଥିବା ତାଳସାରୀ- ଉଦୟପୁର ଏବେ ନୂଆରୂପରେ ଶୋଭାପାଇବ । ବଙ୍ଗୋପସାଗରକୂଳରେ ଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଏହି ଦୁଇଟି ସ୍ଥାନ ପୃଥିବୀର ଅନନ୍ୟ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀରୂପେ ଗଢିତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ତାଳସାରୀ ହ୍ୟାଲିପେଡ୍ ପଡ଼ିଆରେ ୩୬କୋଟି ଟଙ୍କାର ପ୍ରକଳ୍ପ ଭିଡ଼ିଓ କନଫରେସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସଭାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଉଦୟପୁର- ତାଳସାରି ,ଚନ୍ଦନେଶ୍ୱର ପର୍ଯ୍ୟଟନସ୍ଥଳୀ ରାସ୍ତାର ବିକାଶସହ ସମୁଦ୍ରକୂଳରେ ୭କୋଟି ୧୦ଲକ୍ଷଟଙ୍କାର ହାଇମାକ୍ସ ଲାଇଟ୍ ଖଞ୍ଜାଯାଇ ବେଳାଭୂମିକୁ ଅଧିକ ଆକର୍ଷଣ କରାଯିବ । ଏହାଛଡ଼ା ୨୯କୋଟି ଟଙ୍କା ବ୍ୟୟରେ ସମୁଦ୍ରତଟର ବିକାଶ, ସମୁଦ୍ରକୂଳକୁ ସ୍ୱଚ୍ଛ ରଖାଯିବା ସହ ସବୁଜ କରିବାକୁ ମନ୍ତ୍ରୀ ଶ୍ରୀ ପାଣୀଗ୍ରାହୀ ସ୍ଥାନୀୟ ଅଧିବାସୀମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଚେୟାରମେନ୍ ମଂଜୁରାଣୀ ବେହେରା,ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ ।
Comments are closed.