ବୋରିଗୁମ୍ମା (କେ.ସାକିଲି ଦୋରା)– ବୋରିଗୁମ୍ମା ବ୍ଲକରେ ଥିବା ଦୁର୍ଗମ ଅଂଚଳ ରଣସପୁର ପଞ୍ଚାୟତ ର ଗୋଡ଼ିଆ ମୁଣ୍ଡି ଗାଁ ଠାରେ ପିତେଇଗୁଡା ଗାଁ କଲ୍ୟାଣ ସମିତିତରଫରୁ ଏକ ଜନ ସ୍ୱାସ୍ଥ୍ୟ ଗତ ସମସ୍ୟା ଚିହ୍ନଟ ଓତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ଦେବରାଜ ଷଡଙ୍ଗୀ
ମ୍ୟାଲେରିଆ ରୋଗ ର ଲକ୍ଷଣ ,କାରଣ ଏବଂ ନିରାକରଣ ବିଷୟରେ ଉପସ୍ଥିତ ଗ୍ରାମବାସୀ ଙ୍କୁ ସଚେତନ କରାଇବା ସହ ମଶାରୀ ଟାଙ୍ଗିବା, ପାଣିକୁଗରମ କରି ପିଇବା ପାଇଁ ପରାମର୍ଶ ଦେଇଥିଲେ।ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏସଟିଏସ ର ଶ୍ରୀମତି ସ୍ନିଗ୍ଧା ରାଣୀ ମିଶ୍ର ଉପସ୍ଥିତ ରହି ଟିବି ରୋଗ ର ଲକ୍ଷଣ ନିରାକରଣ ଏବଂ ଆର୍ଥିକ ପ୍ରୋଛାହନ ସମ୍ବନ୍ଧରେ ବୁଝାଇଥିଲେ।ଏନ ସି ଡି କାଉନସିଲର ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଅଣ ସଂକ୍ରମଣ ରୋଗ ବିଷୟରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମଟିକୁ ବି.ସିଂହପୁର ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀବାଲେଶ୍ୱର ମାଝୀ ପରିଚାଳନା କରିବା ସହ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଶ୍ର ଭୁବନାବତୀ କୁମଝରିଆ,ଆଶା କର୍ମୀ ଭାନୁମଣୀ ନାୟକ ସହ ଯୋଗ କରିଥିଲେ।

Comments are closed.