Odisha news

ଯୁବକକୁ ହତ୍ୟା ଉଦ୍ୟମ : ଗ୍ରାମବାସୀଙ୍କ ଦ୍ୱାରା ୨ ଅଟକ

0

ଭୋଗରାଇ : ଭୋଗରାଇ ଥାନା ଚୌକି ଅଞ୍ଚଳରେ ଥିବା ୟୁକୋବ୍ୟାଙ୍କରୁ ସ୍ପଷ୍ଟ ଦିବାଲୋକରେ ଟଙ୍କା ଓ ସୁନା ଲୁଟ୍ ହେବା ଘଟଣା ଲୋକମାନଙ୍କ ମନରୁ ଯାଇନଥିବା ବେଳେ ଆଜି ପୁଣି କମର୍ଦ୍ଦା ଥାନା ବାହାର୍ଦ୍ଦା ଗ୍ରାମର ପଦ୍ମପୋଖରୀ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଇ-କାଟ୍ ମୋବାଇଲ୍ ଡେଲିଭରି ଦେଉଥିବା ଯୁବକଙ୍କୁ ୩ଜଣ ଅସାମାଜିକ ବ୍ୟକ୍ତି ରାସ୍ତାରେ ଅଟକାଇ ହତ୍ୟା ଉଦ୍ୟମ କରି ଗ୍ରାମବାସୀଙ୍କ ଦ୍ୱାରା ୨ଜଣ ଧରାପଡ଼ିଥିବା ବେଳେ ଅନ୍ୟଜଣେ ଫେରାର ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ଥାନା ବର୍ତ୍ତନା ଗ୍ରାମର ନିର୍ମାଲ୍ୟ ଦାସ (୨୫) ଇ-କାର୍ଡ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ କମର୍ଦ୍ଦା ଥାନା ଅନ୍ତର୍ଗତ ଇଲାକାରେ ୨ଜଣ ବ୍ୟକ୍ତିଙ୍କର ୩୪ ହଜାର ଟଙ୍କା ମୂଲ୍ୟର ମୋବାଇଲ ଡେଲିଭରି ଦେବାକୁ ବାହାର୍ଦ୍ଦା ଗ୍ରାମକୁ ଯାଇଥିଲେ ।

ରାସ୍ତାରେ ଯିବାବେଳେ ୩ଜଣ ଯୁବକ ନିର୍ମାଲ୍ୟଙ୍କୁ ଘେରିଯିବା ସହ ତାଙ୍କ ନିକଟରେ ଥିବା ମୋବାଇଲ୍ ଓ ଲକ୍ଷାଧିକ ଟଙ୍କା ଲୁଟି ନେବାକୁ ଉଦ୍ୟମ କରିଥିଲେ । ସମ୍ପୃକ୍ତ ଯୁବକ ୩ଜଣ ନିର୍ମାଲ୍ୟଙ୍କ ଗୋଡ଼ ଓ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟିଦେବା ସହ ଏକ ଗାମୁଛାରେ ତାଙ୍କ ବେକକୁ ବାନ୍ଧୁଥିବା ବେଳେ ନିର୍ମାଲ୍ୟଙ୍କ ଚିକ୍ରାର ଶୁଣି ପଥଚାରୀ ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଞ୍ଚô ଯିବାରୁ ଲୁଟେରାମାନେ ସେଠାରୁ ଖସି ପଳାଇଥିଲେ । ଲୋକମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧାନବିଲ ମଧ୍ୟରେ ୨ଜଣଙ୍କୁ ଧରିଥିବା ବେଳେ ଅନ୍ୟଜଣେ ବାଇକ୍ ଧରି ସେଠାରୁ ଖସି ପଳାଇଥିଲା । ଧରାପଡ଼ିଥିବା ଯୁବକ ଦ୍ୱୟ ହେଲେ ଖଇଦା ଗ୍ରାମର ସଂଜୟ ଜେନା ଓ ନାମ୍ପୋ ଗ୍ରାମର ପଦ୍ମଲୋଚନ ମହାନ୍ତି । ଗ୍ରାମବାସୀମାନେ ଧରାପଡ଼ିଥିବା ଯୁବକ ଦ୍ୱୟଙ୍କୁ ନେଇ ଏକ ଧାନମଣ୍ଡି ଘରଭିତରେ ପୁରାଇ ନିସ୍ତୁକ ମାଡ଼ମାରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଲୁଟେରା ଦ୍ୱୟଙ୍କୁ ଥାନାକୁ ନେଇଥିବା ବେଳେ ଆହତ ନିର୍ମାଲ୍ୟ ଦାସଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply