ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ହାଇସ୍କୁଲ କ୍ୱାରେନ୍ଟାଇନ୍ ସେଣ୍ଟରରେ ଗତ ବୁଧବାର ଦିନ ଜନୈକ ପ୍ରବାସୀଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ଆଶାକର୍ମୀ ଗୌରୀବାଳା ଦତ୍ତ, କବିତା ଦତ୍ତ ଓ ଏଏନ୍ଏମ୍ ସୁଚିତ୍ରା ଦତ୍ତଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ।
ଏହି ଘଟଣାର ପ୍ରତିବାଦରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଧମକ ଦିଆଯାଇଛି । ଘଟଣାର ତଦନ୍ତ ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଏବାବଦରେ ଭୋଗରାଇ ଥାନା, ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଓ ବିଡ଼ିଓଙ୍କୁ ଲିଖିତଭାବେ ଅବଗତ କରାଯାଇଛି ।