Odisha news

ଭଞ୍ଜନଗର : ଭେଜିପୁଟରୁ ୮ ଜୁଆଡି ଗିରଫ, ୧୮,୯୪୦ ଟଙ୍କା ଜବତ

0

ଭଞ୍ଜନଗର : ଭଞ୍ଜନଗର ପୋଲିସ ଶନିବାର ବିଳମ୍ବିତ ରାତିରେ ସହରର ଭେଜିପୁଟ ପୋଖରୀ ହିଡ ନିକଟ ଏକ ବାଉଁଶବୁଦା ମୂଳରେ ଜୁଆ ଆଡ୍ଡା  ଚାଲିଥିବା ନେଇ ସୂଚନା ପାଇବାପରେ ଭଞ୍ଜନଗର ପୋଲିସ୍ ତୁରନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ଚଢାଉ କରିଥିଲା । ଆଉ ଫଳସ୍ୱରୂପ ୮ଜଣ ଜୁଆଡି ଧରାପଡିଥିଲେ । ଏମାନଙ୍କ ନିକଟରୁ ମୋଟ ୧୮,୯୪୦/-ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାକୁ ଏବେ ୨ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏଥିପାଇଁ ସବୁକିଛି ବନ୍ଦ ରହିଛି । ଆଉ ଏହାର ସୁଯୋଗରେ ଜୁଆଡିମାନେ ରାତିରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏକ ବାଉଁଶବୁଦା ମୂଳେ ଜୁଆ ଖେଳିବା ଘଟଣା ପୋଲିସକୁ ଆଶ୍ଚର୍ଯ୍ୟ କରିଛି । ନିଜ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ ଏହା ଜୁଆଡିମାନଙ୍କ ଉପରେ ଆଦୌ ଫରକ ପକାଉନି ବୋଲି ଥାନା ଅଧିକାରୀ ସାହୁ ଉଲ୍ଲେଖ କରିବାସହ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଥିବା ସୂଚନା ଦେଇଛନ୍ତି ।

Leave A Reply