Odisha news

ନିମାପଡା ବ୍ଲକରେ ମନରେଗା ଯୋଜନା ବାଟବଣା,ଶ୍ରମିକ ବଦଳରେ ମେସିନ କରୁଛି କାମ

0

ନିମାପଡା :ନିମାପଡା ବ୍ଲକରେ ମନରେଗା ଯୋଜନା ସଂପୂର୍ଣ୍ଣ ବାଟବଣା ହୋଇଥିବା ନେଇ ଅଭିଯୋଗ ହେଉଛି ।ନିମାପଡା ବ୍ଲକ ଅଂଚଳରୁ ଯାଇ ରାଜ୍ୟ ବାହାରେ ରହି ବିଭିନ୍ନ କଳକାରଖାନାରେ କାମ କରୁଥିବା ହଜାର ହଜାର ପ୍ରବାସୀ ଶ୍ରମିକ କରୋନା ମହାମାରୀ ଯୋଗୁଁ ନିମାପଡା ଅଂଚଳକୁ ଫେରିଆସିଛନ୍ତି ।୩ମାସ ଧରି ଲକ ଡାଉନ ଯୋଗୁଁ ସମସ୍ତେ କାମଧନ୍ଧା ହରାଇ ବେରୋଜଗାରୀ ହୋଇ ବସି ରହିଥିବା ବେଳେ ଜବକାର୍ଡ ପାଇଥିବା ଶ୍ରମିକ ମାନେ ମନରେଗା କାମ କରିବା ପାଇଁ ଅନାଇ ବସିଛନ୍ତି ।ନିମାପଡା ବ୍ଲକର ୩୨ଟି ପଂଚାୟତର ମନରେଗା ଯୋଜନାରେ ରାସ୍ତାଘାଟ ଓ ପୋଖରୀ ଖୋଳା ଆଦି କାର୍ଯ୍ୟ ଜାରୀ ରହିଛି ।

ତେବେ ଅଧିକାଂଶ ପଂଚାୟତରେ ଶ୍ରମିକ ବଦଳରେ ଡ୍ରୋଜର ମେସିନ ସାହାର୍ଯ୍ୟରେ ଏହି ସବୁ କାର୍ଯ୍ୟ କରାଯାଉଥିବା ନେଇ ଅନେକ ଜବକାର୍ଡଧାରୀ ଅଭିଯୋଗ ଆଣିଛନ୍ତି ।ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା କାମ ନପାଇ ସେମାନେ ଘରେ ବେକାର ହୋଇ ବସିରହିବାରୁ ପରିବାର ବଂଚାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।ମେସିନ କାମ କରୁଥିବାରୁ ଜବକାର୍ଡଧାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ଏସଂପର୍କରେ ବିଡିଓ ମନୋଜ ବେହେରାଙ୍କୁ ପଚାରିବାରେ ମେସିନ କାମ କରୁଥିବା ନେଇ ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ ହେଉଛି

Nalco

Leave A Reply