Odisha news

ସାବିତ୍ରୀ ମହିଳା ମହାବିଦ୍ୟାଳୟ ଭଞ୍ଜ ନଗରରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟକ୍ରମ ଉଦଯାପନ

0

(ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ )ସାବିତ୍ରୀ ମହିଳା ମହାବିଦ୍ୟାଳୟ ଭଞ୍ଜ ନଗର ରେ ” ନୂଆଁ – ଓ ” ଆନୁକୁଲ୍ୟରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା ଆଦି କାର୍ଯ୍ୟକ୍ରମ ଦୀର୍ଘ ୮ ଦିନ ଧରି ୧୫ ଡିସେମ୍ବର ୨୦୨୩ ରୁ ଆରମ୍ଭ ହୋଇ ୨୩ ଡିସେମ୍ବର ରେ ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ରେ କଲେଜ ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ ସଭାପତି ଦାୟିତ୍ଵ ନିର୍ବାହ କରିଥିଲେ ସବିଶେଷ ବିବରଣୀ ଦେଇଥିଲେ। ମୁଖ୍ୟ ଅତିଥି ଘୁମୁସର ଦକ୍ଷିଣ ଜୋନ ର ଡିଏଫଓ ବିନୋଦ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୀତା ଆଚାର୍ଯ୍ୟ, କଲେଜ ପରିଚାଳନା ସଭାପତି ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଲୋକ ସୂଚନା ଅଧିକାର ଗୌରୀଶଙ୍କର ଶତପଥୀ ଆଦି ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ସୁଶ୍ରୀ ସୁପ୍ରଭା ବେହେରା, କଲେଜ ର ଛାତ୍ରୀ ମାନଙ୍କୁ ସମସ୍ତ ଅତିଥି ଭାଷଣ ମାଧ୍ୟମରେ ନୂଆଁ – ଓ ର ଲକ୍ଷ୍ୟ ସଂପର୍କ ରେ ସୂଚନା ଦେଇଥିଲେ। ଅଧ୍ୟକ୍ଷ ଡାଃ ମଲ୍ଲିକ ନୂଆ ଓ କାର୍ଯ୍ୟକ୍ରମ ଜରିଆରେ ଯୁବ ପ୍ରତିଭା ଲୋକଲୋଚନକୁ ଆଣିବାରେ ଏକ ଅଭିନବ ପ୍ରୟାସ ଓ ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ଅଞ୍ଚଳର ବିଧାୟକ ଓ ମାନ୍ୟବର ଅର୍ଥା ମନ୍ତ୍ରୀଙ୍କୁ କଲେଜରେ ଉନ୍ନତି କ୍ଷେତ୍ରରେ ବିଶେଷ ଧ୍ୟାନ ଦେଉଥିବାରୁ ଅଧ୍ୟକ୍ଷ ନିଜର କୃତଜ୍ଞତା ଜଣାଇଥିଲେ। ଏହି ଉତ୍ସବ ରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ ପ୍ରେମ ଚାନ୍ଦ ମଲ୍ଲିକ, ଏସ ଦେବୀ, ସନ୍ଧ୍ୟାରଣି ପ୍ରଧାନ, ଉର୍ମିଳା ପଟଯୋଶି, ହେମଲତା ଭୋଇ, ଶ୍ରୀୟା ପ୍ରଧାନ, ମୋନାଲିସା ସାହୁ, ବିରଞ୍ଚି ଆଚାର୍ଯ୍ୟ, ସନ୍ତୋଷ ଆଚରି, ପଙ୍କଜ ଦାସ, ଜୟଲକ୍ଷ୍ମୀ ରଥ, ପୀୟୂଷ ସ୍ୱାଇଁ, ପ୍ରଭାତୀ ମିଶ୍ର, ସଂଯୁକ୍ତା ପଟ୍ଟନାୟକ, ଅମୂଲ୍ୟ ଶତପଥି ଆଦି ଉପସ୍ଥିତ ଥିଲେ। ପରିଶେଷରେ ନୋଡାଲ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply