Odisha news

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ 

0

ଭଞ୍ଜନଗର, ୨୪।୧୨(ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) -ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଶତାଧିକ ଗରିବ ଲୋକଙ୍କୁ ଶୀତବସ୍ତ୍ର, ପୋଷାକ ବଣ୍ଟନ କରିଥିଲେ ।  ଖୁରୁଡ଼ୁଗୋଚ୍ଛା ଠାରେ ଅନୁଷ୍ଠିତ ସଭାରେ ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିଲେ। ଆୟୋଜିତ ଉତ୍ସବରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ଯ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଶୂଳପାଣି ସତପଥୀ ସଭାକୁ ସଂଯୋଜନା କରିଥିଲେ। ବିଡିଓ ଶଶୀଭୂଷଣ ମହାପାତ୍ର ଭଞ୍ଜନଗର ବ୍ଲକରେ କିଭଳି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି ସେନେଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ବ୍ଲକ ସାଂସଦ ପ୍ରତିନିଧି ଦିବାକର ନାୟକ, ଜିଲ୍ଲା ବିଜେଡ଼ି ଉପସଭାପତି ରାଜକୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ବିଜେଡ଼ି ନେତା ମହେନ୍ଦ୍ର କେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଆଜି ସାଢେ ୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଘାଟିସୁଳା ସେତୁ ଏବଂ ଖୁରୁଡ଼ୁଗୋଚ୍ଛା ନାଳରେ ସାଢେ ୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆଉ ଏକ ସେତୁର ଶିଳାନ୍ୟାସ କରିଥିଲେ।

Leave A Reply