ରାଜନଗର : ୧୭/୧୧ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଶକୁନ୍ତଳା ରାଉତଙ୍କ ଅକାଳ ବିୟୋଗରେ ମଧ୍ୟପଡା ଠାରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବରଦାକାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀସୁରୁଜ ,ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଅତୁଳ ବଳ, କଟକ ସେଂଟ୍ରାଲ କୋ ଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ଅରୁଣ କୁମାର ସାହୁ, ରାଜନଗର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ରଶ୍ମୀ ରଂଜନ ମହାନ୍ତି, ଡାଃ. ପ୍ରଣବ କୁମାର ଶୁକ୍ଳା, ଅଧ୍ୟାପିକା ଭଗବତୀ ରାଉତ, ସମାଜସେବୀ କୈଳାସ ଚନ୍ଦ୍ର ମହାନ୍ତି ଓ ରାଧେ ରାଉତରାୟ, ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ, ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତ , ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟ, ରଂଜନ ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଭିମନ୍ୟୁ ରାଉତଙ୍କ ସମେତ ପରିବାର ଲୋକେ ପରିଚାଳନା କରିଥିଲେ ।
