ଦଶପଲ୍ଲା୧୭/୧୧ : ଦଶପଲ୍ଲା ବ୍ଲକ ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୦୩ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଏଥି ମଧ୍ୟରୁ କନିଷ୍ଠ ବିଭାଗ ରୁ ୫ ଟି ପ୍ରକଳ୍ପ କୁ ପୁରସ୍କୃତ କରାଯାଇଥିବା ବେଳେ ବରିଷ୍ଠ ବିଭାଗ ରୁ ୫ ଟି ପ୍ରକଳ୍ପ କୁ ପୁରସ୍କୃତ କଟାଯାଇଛି । ମାତ୍ର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କୁ ୫ ଟି ପ୍ରକଳ୍ପ ପଠାଯିବ ବୋଲି ଦଶପଲ୍ଲା ମଣ୍ଡଳ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଜଣା ପଡିଛି । କନିଷ୍ଠ ବିଭାଗ ରେ ଡମିଦେଇ ଏନୟୁପିଏସ ର ଛାତ୍ରୀ ଆଦ୍ୟସ୍ମିତା ସାହୁ, ସୁବଲୟା ୟୁଜିଏମଇ ସ୍କୁଲ ର ଛାତ୍ର ସିପୁ ପ୍ରଧାନ ,ଆର ଏମ ଯେ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସୌମ୍ୟ ରଞ୍ଜନ ସାହୁ,ଦେଢସର ସରକାରୀ ୟୁପି ସ୍କୁଲ ର ଛାତ୍ରୀ ଅନ୍ୱେସା ପ୍ରିୟ ଦର୍ଶିନୀ, ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିବା ବେଳେ ନଛିପୁର ହାଇସ୍କୁଲ ଛାତ୍ରୀ ସୁଭସ୍ମିତା ସାହୁ,ଜାମୁସାହି ହାଇସ୍କୁଲ ଛାତ୍ର କାହୁଚରଣ ବେହେରା,ଟାକେରା ସରକାରୀ ଅପର ପ୍ରାଇମେରୀ ସ୍କୁଲ ପ୍ରିୟଙ୍କା ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଦିବ୍ୟାଙ୍କର ସାଥୁଆ,ଓ ଖମାର ସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ରି ପ୍ରିୟଦର୍ଶିନୀ ସାହୁ ଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା । ଏଥି ମଧ୍ୟରୁ ସୁଭସ୍ମିତା ଙ୍କ ଦ୍ଵାରା ପ୍ରଦର୍ଶିତ ହେଲପିଙ୍ଗ ହ୍ୟାଣ୍ଡ ଫର ଲେବର, କାହୁ ଚରଣ ଙ୍କ କାର୍ବନ ସେପାରେସନ ଫ୍ରମ ଫ୍ୟାକ୍ଟ୍ରି, ପ୍ରିୟଙ୍କା ଙ୍କ ଲିକ୍ୟୁଡ଼ ଟ୍ରି,ଦିବ୍ୟ ଶଙ୍କର ଙ୍କଆକ୍ସିଡେଣ୍ଟ ପ୍ରିଭେନସନ ମଡେଲ ଓ ପ୍ରିୟଦର୍ଶିନୀ ଙ୍କ ସ୍ମାର୍ଟ ହାଇଟ ଆଣ୍ଡ ଡ଼ିଷ୍ଟାଂଶ ଡିଟେକଟର ପ୍ରକଳ୍ପ ଗୁଡିକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କୁ ପଠାଯିବା ପାଇଁ ସ୍ଥିର ହୋଇଥିବା ଜଣା ପଡ଼ିଛି । ଏହି ବିଜ୍ଞାନ ମେଳା ଦେଖିବାକୁ ବହୁ ଛାତ୍ର ଛାତ୍ରୀ ଙ୍କ ଭିଡ ଜମିଥିଲା । ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ କୁମାର ବିଶ୍ବାଳ, କାଳନ୍ଦୀ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଜ୍ଞାନ ମେଳାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଉଦଯାପନି ଉତ୍ସବ ରେ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟନାୟକ,ତହସିଲଦାର ସ୍ମୃତି ରଞ୍ଜନ ଶତପଥି, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, ସରପଞ୍ଚ ସନ୍ଧ୍ୟାରାଣୀ ବେହେରା, ସମିତିସଭ୍ୟ ମନୋରମା ବେହେରା ପ୍ରମୁଖ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।
