Odisha news

କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ସୁରକ୍ଷା ସମିତି ର ଗଣଧାରଣା

0

କୋଣାର୍କ,୧୭.୧୧-ବିଶ୍ୱ ପ୍ରସିଦ୍ଧ ପ୍ରର୍ଯ୍ୟଟନ କେନ୍ଦ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖ ରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର ଗଣଧାରଣା ବିକ୍ଷଭ ଅନୁଷ୍ଠିତ ହୋଇଯାଇଛି , ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ନବଗ୍ରହଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ,ବ୍ୟବସାହି, ଗାଇଡ଼ ଫଟୋ ଗ୍ରାଫର ମାନଙ୍କ ଥଇଥାନ ,ଚନ୍ଦ୍ରଭାଗା ତୀର୍ଥ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ନେଇ ଏକ ଧାର୍ମିକ କରିଡର ନିର୍ମାଣ ଦାବି ରେ ଗଣ ବିକ୍ଷଭ ଓ ଗଣଧାରଣା ଦିଆଯାଇଥିଲା ,  ଆନ୍ଦୋଳନ ୨୭ ବର୍ଷ ରେ ପଦାର୍ପଣ କରିଥିଲେ ମଧ୍ୟ ଅଦ୍ୟାବଧି ପ୍ରତ୍ନତାତ୍ତ୍ୱିକ ବିଭାଗ କୌଣସି ଦାବି ପ୍ରତି ଗୁରୁତ୍ଵ ଦେଇନାହିଁ ,ଏଠାରେ ସୂଚନାଯୋଗ୍ୟ କି ୧୯୯୬ ମସିହା ରୁ ଲଗାତର ଭାବରେ କୋଣାର୍କ ସୁରକ୍ଷା ସମିତି ଆନ୍ଦୋଳନ କରିଆସୁଛି , ଆଜି ଗଣଧାରଣା ସ୍ଥଳ କୁ ଗୋପ ତହସିଲଦାର ରଞ୍ଜନ କୁମାର ପରିଡା , କୋଣାର୍କ ଥାନା ଅଧିକାରୀ ପଞ୍ଚାନନ ପରିଡା , ପତ୍ନତତ୍ୱ ବିଭାଗ ଅଧିକାରୀ ଧାରଣା ସ୍ଥଳ କୁ ଆସି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏ ଏସ ଆଇ ଡିଜି ଙ୍କ ଉଦେଶ୍ୟ ରେ ଆନ୍ଦୋଳନ ରତ ସୁରକ୍ଷା ସମିତି   କର୍ମୀ ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମ କୁ ଆବାହକ ଭାଗିରଥି  ସ୍ୱାଇଁ , ସମ୍ପାଦକ ରାମକୃଷ୍ଣ ମହାନ୍ତି ରଘୁନାଥ ମହାପାତ୍ର , ରଶ୍ମିରଞ୍ଜନ ବିଶ୍ୱାଳ,ନିରଞ୍ଜନ ତ୍ରିପାଠୀ ବିରଞ୍ଚି ନାରାୟଣ ରଥ ପ୍ରମୋଦ ଛୋଟରାୟ , ମିତ୍ରଲାଭ ନାୟକ , ରାଧାଶ୍ୟାମ ରାଉତରାୟ , ଅଶୋକ ପଣ୍ଡା ,ନୃସିଂହ ନାୟକ , ଛୋଟୁ ବିଶ୍ୱରାୟ ,ପରିଚାଳନା କରିଥିଲେ ।  ବିଶ୍ୱ ହିନ୍ଦୁ ପରିଷଦର ଉମା ଶଙ୍କର ଆଚାର୍ଯ୍ୟ , ପଦ୍ମ ଲୋଚନ କର , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Nalco
Leave A Reply