Odisha news

ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନର ବିଜ୍ଞାନ ମେଳା

0
ଛତ୍ରପୁର, ୧୭/୧୧ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ ଦ୍ବାରା ଆୟୋଜିତ ବିଜ୍ଞାନ  ଛତ୍ରପୁର ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା କଣମଣା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ମୁଖ୍ୟ ଅତିଥି ବାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସ୍ବତନ୍ତ୍ର ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ଘନଶ୍ୟାମ ପଣ୍ଡା, ସମ୍ମାନିତ ଅତିଥି ତଥା ବିଚାରକ ଭାବେ ଗଙ୍ଗାପୁର ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ପାଢୀ, ପୋଲିସ୍ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥି ସ୍ବାଇଁ ଯୋଗ ଦେଇ ପ୍ରୋଜେକ୍ଟ ଗୁଡିକୁ ମୂଲ୍ୟାୟନ କରିଥିଲେ । ଏଥରେ ଛତ୍ରପୁର ଅନଶ୍ଳୋ ହାଇସ୍କୁଲ ପ୍ରଥମ,ନୋଳିଆ ନୂଆଗାଁ ହାଇସ୍କୁଲ ଦ୍ବିତୀୟ ଓ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ପିଲାଙ୍କ ମଧ୍ୟରେ କୁଇଜ୍ କରାଯାଇ ଶ୍ରେଷ୍ଠ ଦଳକୁ ପୁରସ୍କୃତ କରାଯାଇଥିଲା । ଏଆଇଏଫ୍ ଓଡିଶା ପ୍ରୋଗ୍ରାମ ମୁଖ୍ୟ ସଞ୍ଜୟ ବିଶ୍ବାଳ, ଟ୍ରେନିଂ କୋର୍ଡିନେଟର ମନରଞ୍ଜନ ଭୋଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏଥିରେ କଣମଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ବିଦ୍ୟାଳୟର ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଶିକ୍ଷୟିତ୍ରୀ ରୀତାବାଇ ପାତ୍ର , ସୁନିଧାରାଣୀ ମିଶ୍ର ,ଏଆଇ ଏଫ କ୍ଳଷ୍ଟର କୋର୍ଡିନେଟର ନମ୍ରତା ପ୍ରିୟଦର୍ଶିନୀ, ଅକ୍ଷୟ କୁମାର ବେହେରା , ରିଙ୍କି ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Nalco
Leave A Reply