Odisha news

ବାଇକ ଦୁର୍ଘଟଣା ରେ ଦୁଇ ଯୁବକ ଆହତ

0

ଭଞ୍ଜନଗର( ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ) ୨୫/୧୦ : ଭଞ୍ଜନଗର – ଫୁଲବାଣୀ ରାସ୍ତାର ବୁଦୁଲି ନିକଟରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଦୁଇ ଯୁବକ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ସପ୍ତେଶ୍ୱର ମଲ୍ଲିକ(୨୮) ଓ ତରଙ୍ଗ ମଲ୍ଲିକ ( ୨୧)। ଉଭୟ ଏକ ବାଇକ ଯୋଗେ କଳିଙ୍ଗା ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ବୁଦୁଲି ନିକଟରେ ଭାରସାମ୍ୟ ହରାଇ ବାଇକ ଟି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଉଭୟ ଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରିଛନ୍ତି।ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି.

Leave A Reply