ବାରିପଦା : ଚଳିତବର୍ଷ ଜାନୁଆରୀ ମାସ ୨୩ତାରିଖରେ ଭଞ୍ଜସେନାର ୨୨ତମ ପ୍ରତିଷ୍ଠା ଦିବସ ଅବସରରେ ସଂଗଠନ ପକ୍ଷରୁ ଏକ ସ୍ମରଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଏକ ରକ୍ତଭଣ୍ଡାର ଶାଖା ଉନ୍ମୋଚିତ କରାଯିବା ସହ ସଂଗଠନର ସଦସ୍ୟମାନେ ବଜ୍ର ଶପଥ ନେଇଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାରେ ଯେପରି କେହି ରକ୍ତ ଅଭାବରୁ ନ ମରନ୍ତୁ । ଏହି ପରିପ୍ରେକ୍ଷୀରେ ସଂଗଠନର ସମସ୍ତ ସଦସ୍ୟମାନେ ରକ୍ତଦାନ କରିବା ପାଇଁ ଆଗଭର ହେବାସହ ରକ୍ତର ବ୍ୟବସାୟୀକରଣକୁ ରୋକାଯିବା ପାଇଁ ଦାବି କରିଥିଲେ ।
ଏହି ଲକ୍ଷ୍ୟ ନେଇ ଭଞ୍ଜସେନା ଆଜି ପର୍ଯ୍ୟନ୍ତ ୧୧୧ୟୁନିଟ୍ ରକ୍ତ ରୋଗୀ ମାନଙ୍କୁ ପ୍ରଦାନ କରିପାରିଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସୁଥିବା ଜିଲ୍ଲାର କୋଣ ଅନୁକୋଣରୁ ଓ ପଡୋଶୀ ରାଜ୍ୟ ମାନଙ୍କରୁ ଆସୁଥିବା ରୋଗୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ଜାନୁଆରୀ ମାସରେ ୪ ୟୁନିଟ, ଫେବୃଆରୀ ମାସରେ ୧୬ ୟୁନିଟ୍, ମାର୍ଚ୍ଚ ମାସରେ ୩୨ ୟୁନିଟ୍, ଏପି୍ରଲ ମାସରେ ୨୭ୟୁନିଟ୍, ମେ ମାସରେ ୧୦ ୟୁନିଟ୍ ଏବଂ ଜୁନ ମାସ ଶେଷ ସୁଦ୍ଧା ୨୨ ୟୁନିଟ୍ ରକ୍ତ ପ୍ରଦାନ କରାଯାଇଛି ।
ମାର୍ଚ୍ଚ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ରାଜ୍ୟରେ କରୋନାର ପ୍ରଭାବ ଥିବା ସର୍ତ୍ତେ ମଧ୍ୟ ଭଞ୍ଜସେନାର କର୍ମୀମାନେ ନିଜ କର୍ତ୍ତବ୍ୟ ପଥରୁ ବିଚୁ୍ୟତ୍ ନ ହୋଇ ରକ୍ତଦାନ କାର୍ଯ୍ୟରେ ନିଜକୁ ଉସôର୍ଗ୍ୟକୃତ କରିପାରିଛନ୍ତି । ବିଗତ ୬ମାସ ଧରି ଭଞ୍ଜସେନା ରକ୍ତଭଣ୍ଡାର ଶାଖା ଯେଉଁ ଭଳି ଭାବରେ ତାହାର କାର୍ଯ୍ୟଧାରା ଜାରୀ ରଖିଛି, ସେହିଭଳି ଭାବରେ ଆଗକୁ ମଧ୍ୟ ମୟୂରଭଞ୍ଜବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ସାରା ତଥା କୋଣ ଅନୁକୋଣରୁ ଆସୁଥିବା ରୋଗୀମାନଙ୍କୁ ରକ୍ତଦାନ ପ୍ରକି୍ରୟା ଆହୁରି ବହୁଳ ଭାବେ ଜାରୀ ରଖିବ ବୋଲି ଭଞ୍ଜସେନାର ନେତୃମଣ୍ଡଳୀ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।