Odisha news

ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ତୃତୀୟ ବାର୍ଷିକ ଉତ୍ସବ

0

ଭଞ୍ଜନଗର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) :-ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ, ଭଞ୍ଜନଗର ଠାରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ସଭାପତି ବିଭୁତି ଭୂଷଣ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଭଞ୍ଜନଗର ବରିଷ୍ଠ ଗୋଷ୍ଠୀg ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଶୁଭ ଉଦଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅତିଥି ଭାବେ କାମରାଜୂ ମହାରଣା,ପ୍ରଦୀପ କୁମାର ସାହୁ, ସିମାଞ୍ଚଳ ପ୍ରସାଦ ବିଷୋୟୀ, ଅଶୋକ କୁମାର ଦଳେଇ, ସୁବାସ ଚନ୍ଦ୍ର ମିଶ୍ର, ଡ. ଇନ୍ଦୁଭୂଷଣ ପଟ୍ଟନାୟକ, ସୁବଳ ଚନ୍ଦ୍ର ଭୂୟାଁ, ଜଗବନ୍ଧୁ ଜେନା, କେଶବ ଷଡ଼ଙ୍ଗୀ, ଅନୁପମ ବାନାର୍ଜୀ ମଂଚାସୀନ ହୋଇ ଦୀର୍ଘ ଦିନରୁ ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକ ମାନଙ୍କ ବିଭିନ୍ନ ଦାବୀ ଯଥା ସପ୍ତମ ବେତନ କମିଶନ, ରାଜ୍ୟ ଫିଟମେଣ୍ଟ କମିଟିର ସୁପାରିଶକ୍ରମେ ପେନସନ ନିର୍ଧାରଣ, କମୁଟେସେନ ଫେରସ୍ତ ପନ୍ଦର ବର୍ଷ ପରିବର୍ତ୍ତେ ବାର ବର୍ଷ ନିର୍ଧାରଣ, ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ରେଳ ଯାତ୍ରାରେ ରିହାତି, ଉପରେ ଦାବୀ ଉପସ୍ଥାପନା କରାଯାଇଥିଲା l ଏହା ଉପରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ଉପରେ ନିଷ୍ପତ୍ତି ନିଆଯାଇଥିଲା l ଗତ ରାଜ୍ୟ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ନୀତିଗତ ଭାବେ ସାମିଲ କରାଯିବା ଉପରେ କରିବା ଓ ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଖବର କାଗଜରେ ଓ ନିର୍ବାଚନୀ ଇସ୍ତାହାରରେ ପ୍ରକାଶିତ ହୋଇ କାର୍ଯ୍ୟକାରୀ ହୋଇ ନଥିବା ଯୋଗୁଁ ଦୁଃଖ ପ୍ରକାଶ କରାଯାଇଥିଲା l ସଭାରେ ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ କବି, ଲେଖକ ସୁରେଶ ଚନ୍ଦ୍ର ସ୍ୱାଇଁ ଓ ସୁବାସ ଚନ୍ଦ୍ର ତାରିଣୀଙ୍କୁ ତାଙ୍କର ବହୁ ବିଧ ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l କବି ସୁବାସ ଚନ୍ଦ୍ର ତାରିଣୀଙ୍କ “କବିତା ଗୁଚ୍ଛ “କାବ୍ୟ ସଂକଳନ କୁ ଉଦଘାଟକ ଏସ. ଧନଞ୍ଜୟ ଉନ୍ମୋଚନ କରିଥିଲେ l ଏହି ଅବସରରେ ଅଶି ବର୍ଷରୁ ଉର୍ଦ୍ଧ ଅବସରପ୍ରାପ୍ତ କର୍ମଚାରୀ ରାମ ଚନ୍ଦ୍ର ଗୌଡ଼ଙ୍କୁ ଏବଂ ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ସଂଯୋଜନା କରିଥିଲେ l ଶ୍ରୀମତୀ ରୀନା ସେଠି ଓ ଜ୍ୟୋସ୍ନା ଦେବୀ ପ୍ରାରମ୍ଭିକ ସଂଗୀତଗାନ କରିଥିଲେ l ଏଥିରେ ଦୁଇଶହରୁ ଉର୍ଦ୍ଧ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ l ଶେଷରେ ଅନୁପମ ବାନାର୍ଜୀ ଧନ୍ୟବାଦ ପ୍ରଦାନ କରିଥିଲେ l

Leave A Reply