ଭଞ୍ଜନଗର,୦୩/୦୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ଓକିଲ ସଂଘର ବରିଷ୍ଠ ସଦସ୍ୟ ଦେବରାଜ ବିଶ୍ୱାଳ (୭୬) ବର୍ଷ ବୟସରେ ଗତକାଲି ଅର୍ଥାତ ୦୨ ତାରିଖ ଦିନ ଭଞ୍ଜନଗର ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ଝିଅ, ନାତୀ, ନାତୁଣୀ ଆତ୍ମୀୟ ସ୍ୱଜନ ଏବଂ ଭଞ୍ଜନଗର ଓକିଲ ସଂଘର ବହୁ ସଦସ୍ୟ ଉପସ୍ଥିତିରେ ଭଞ୍ଜନଗର ସହରରେ ଥିବା ଝାଙ୍କରେଇ ସ୍ମଶାନରେ ଶବ ସତ୍କାର କରାଯାଇଥିଲା। ସେ ୧୯୭୪ ମସିହା ଠାରୁ ଭଞ୍ଜନଗର ବିଚରାଳୟ ରେ ଓକିଲାତି ଆରମ୍ଭ କରିଥିଲେ। ସେ ଜଣେ ପରୋପକାରୀ ଓ ଭଞ୍ଜସଂଗୀତ ଉପରେ ବହୁତ ରୁଚି ରଖିବା ସହିତ ପ୍ରତିବର୍ଷ ଭଞ୍ଜନଗର ର ଭଞ୍ଜ ମଣ୍ଡପରେ ହେଉଥିବା ଓଡ଼ିଆ ସାହିତ୍ୟର ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରୁଥିଲେ। ଏଥି ନିମନ୍ତେ ଭଞ୍ଜନଗର ଓକିଲ ସଂଘର ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବିଙ୍କ ସହିତ ତାଙ୍କ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଶିରା ନିକଟସ୍ଥ କେଶପୁରୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏଥି ନିମନ୍ତେ ଆଜି ୦୩ ତାରିଖ ଭଞ୍ଜନଗର ଓକିଲ ସଂଘ ପ୍ରକୋଷ୍ଠରେ ସମସ୍ତ ଆଇନଜୀବି ଏକାଠି ହୋଇ ୨ ମିନିଟ ନିରବ ପ୍ରାଥର୍ନା କରିବା ସହିତ ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡ଼,ଉପସଭାପତି ରଜତ କୁମାର ଦାସ,ସମ୍ପାଦକ ହରେକୃଷ୍ଣ ମହାପାତ୍ର,ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, ଗିରିଜା ଶଙ୍କର ଭୂୟାଁ ବରିଷ୍ଠ ଆଇନଜୀବି ଅଳକା ମଞ୍ଜରୀ ପଟ୍ଟନାୟକ, ବିଶ୍ୱନାଥ ପଟ୍ଟନାୟକ, ଦିବାକର ନାୟକ, ବିନୟ ରଥ, ଉପସ୍ଥିତ ଥିବାବେଳେ ଦଣ୍ଡପାଣି ସ୍ବାଇଁ, ବିଜୟ କୁମାର ପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ରଂଜିତ ମିଶ୍ର ତାଙ୍କର ସ୍ମୃତିଚାରଣ କରିଥିବା ବେଳେ ଇଶ୍ଵର ଚନ୍ଦ୍ର ମହାରଣା, ଲଡ଼ୁ କିଶୋର ଆଳତୀୟା, ହର୍ଷ ବର୍ଦ୍ଧନ ପଣ୍ଡା, ରାଜେଶ ରାଓ ଆଚାରୀ ଧ୍ରୁର୍ବପ୍ରସାଦ ତ୍ରିପାଠୀ, ବିନାୟକ ପ୍ରଧାନ, ଜନାର୍ଦନ ପ୍ରଧାନ, ମଧୁସୁଦନ ପଣ୍ଡା, ବିମ୍ବାଧର ଷଡ଼ଙ୍ଗୀ, ଗୋପାଳ ବିଶୋଇ ଓ ଭଞ୍ଜନଗର ବାର ର ବହୁତ ଓକିଲ ଉପସ୍ଥିତ ରହି ଦୁଃଖ ପ୍ରକାଶ କରିଥିଲେ।