Odisha news

75 ତମ ସାଧାରଣତନ୍ତ୍ର ଦିବସ ରେ 75 ମିଟରର ଜାତୀୟ ପତାକା

0

ଭଞ୍ଜନଗର,୨୭/୦୧ ଭଞ୍ଜନଗର ବ୍ଲକ କୁଲାଡ କବିସମ୍ରାଟ ବିଦ୍ୟାପୀଠ ଠାରେ 75 ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ 75 ମିଟର ଲମ୍ବ ର ଏକ ଜାତୀୟ ପତାକା ର ଶୋଭାଯାତ୍ରା କୁଲାଡ ସହର ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ରେ ହୋଇଯାଇଛି. ଏହା ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ମେଇନ ରୋଡ଼ ବଡଦାଣ୍ଡ ଅତିକ୍ରମ କରି ପେଣ୍ଠଘର ନିକଟରେ ଶେଷ ହୋଇଥିଲା. ତ୍ରିରଙ୍ଗା ରଙ୍ଗରେ ସମ୍ପୂର୍ଣ କୁଲାଡ ଆଜି ରଙ୍ଗାୟତ ହୋଇଯାଇଥିଲା. ସମାଜ ରେ ଜାତୀୟତା ର ମୂଲ୍ୟବୋଧ କୁ ସଭିଙ୍କ ହୃଦୟ ରେ ଜାଗ୍ରତ କରିବା ସହ ଦେଶ ପାଇଁ ବଳିଦାନ ଦେଇଥିବା ସେହି ମହାପୁରୁଷ ମାନଙ୍କ ମହାନତା କୁ ମାନପକାଇ ଦେବା ଉଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି. ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଭଞ୍ଜ ଗବେଷକ ଶ୍ରୀ ମାନୁନନ୍ଦ ପତୀ ଏବଂ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତୀୟା ପତାକା ଦେଖାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବିପଦର ବନ୍ଧୁ ଅନୁଷ୍ଠାନ ର ପ୍ରଦୀପ ଜେନା ଙ୍କ ପୌରାହିତ୍ୟ ରେ ଶିକ୍ଷକ ଗୋରିନନ୍ଦନ ହୋତା, ରୋଟାରୀଆନ ପ୍ରାଦୁମ୍ନ କୁମାର ମଲ୍ଲିକ ଓ ଆଲୋକ ସ୍ୱାଇଁ, ଦିବାକର ପାତ୍ର, ସୂର୍ଯ୍ୟ ନାରାୟଣ ବେହେରା, ସ୍ଥାନୀୟ ଯୁବକ ମାନଙ୍କ ସହ ବିପଦର ବନ୍ଧୁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ.
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Leave A Reply