ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ୨୩/୦୧ ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା ହୋଇଛି,୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ପାଇବେ ସଂମାନଜନକ ରାଜ୍ୟପାଳ ପଦକ, ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର ଦିଆଯିବ, କାଟାଗୋରି -୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି, ୮ ଜାନୁଆରୀ ୨୦୨୩ରେ ଜିଲ୍ଲାରେ ଏସପି ଦାୟିତ୍ୱ ନେବାପରେ ସର୍ବଦା ଗଞ୍ଜାମ ପୁଲିସ ଜିଲ୍ଲା ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶରେ ସୁନାମ ଆଣିଛି,୨୦୨୩ ବର୍ଷରେ ପ୍ରଗତି ଡ୍ୟାସବୋର୍ଡ ମାର୍କିଙ୍ଗ ଗଞ୍ଜାମ ପୁଲିସ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିଲା, କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱର୍କ ସିଷ୍ଟମ ( ସିସିଟିଏନଏସ ) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ଗଞ୍ଜାମ ପୁଲିସ ଜିଲ୍ଲା ରାଜ୍ୟରେ ପ୍ରଥମ ହୋଇପାରିଛି, ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ସର୍ବଦା ଚେଷ୍ଟିତ ବୋଲି ଗଞ୍ଜାମ ଏସପି ଜଗମୋହନ ମୀନା କହିଥିଲେ, ରାଜ୍ୟପାଳ ପଦକ ଘୋଷଣା ପରେ ଗଞ୍ଜାମ ଏସପିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି.