Odisha news

ପଲିଥିନ୍ ଜବତ : ୨ ହଜାର ଟଙ୍କା ଜୋରିମନା ଆଦାୟ

0

ଭଞ୍ଜନଗର : ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ, ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭଞ୍ଜନଗର ଏନ.ଏ.ସି ପକ୍ଷରୁ ନିୟମିତ ଚଢ଼ାଉ ଚାଲିଥିଲେ ମଧ୍ୟ ଅନେକ ଦୋକାନରେ ଏବେ ମଧ୍ୟ ଗ୍ରାହକଙ୍କୁ ପଲିଥିନ୍ ଦିଆଯାଉଥିବା ଦେଖିବାକୁ ମିଳୁଛି । ପଲିଥିନ୍ ବନ୍ଦକୁ କଡ଼ାକଡ଼ି କରିବା ପାଇଁ ଭଞ୍ଜନଗର ଏନ.ଏ.ସି ପକ୍ଷରୁ ବିଭିନ୍ନ ସମୟରେ ଦୋକାନଗୁଡ଼ିକରେ ଚଢ଼ାଉ କରାଯାଇ ପଲିଥିନ୍ ଜବତ କରି ଜୋରିମନା ଆଦାୟ କରାଯାଇଥିବାବେଳେ ପୁଣି ମଙ୍ଗଳବାରଦିନ ଏନ.ଏ.ସି. ପକ୍ଷରୁ ଏଲ.ଆଇ.ସି. କଲୋନୀ ଏବଂ ଭେଜିପୁଟ୍ର କିଛି ଦୋକାନ ଉପରେ ଚଢ଼ାଉ କରାଯାଇ ବହୁ ରିମାଣର ପଲିଥିନ୍ ଜବତ କରାଯାଇଥିବାବେଳେ ୨ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଏନ.ଏ.ସି. କର୍ମଚାରୀ ଦିଲୀପ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ଏନ.ଏ.ସି ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳଙ୍କ ନିଦେ୍ର୍ଦଶକ୍ରମେ ଚଢ଼ାଉ ଚାଲିଛି । ଚଢ଼ାଉରେ ଭଞ୍ଜନଗର ଏନ.ଏ.ସିର. କର୍ମ·ରୀ ଅଶୋକ କୁମାର ପ୍ରଧାନ, ଶ୍ରୀନିବାସ ଗୌଡ଼, ଶିବଶଙ୍କର ପ୍ରଧାନ, ଅଶୋକ କୁମାର ମହାପାତ୍ର, ବାବୁଲି କୁମାର ମଲ୍ଲିକ, ସାଇବ ସାହୁ, ଅଶୋକ କୁମାର ଦଳବେହେରା, ଦିଲୀପ କୁମାର ସ୍ୱାଇଁ, ଲୋଚନ ପ୍ରଧାନ, ମଙ୍ଗୁଳୁ ଭୂୟାଁ ଅଂଶ ଗ୍ରହଣ କରିଥିଲେ । ଭଞ୍ଜନଗରକୁ ପଲିଥିନ୍ ମୁକ୍ତ କରିବା ପାଇଁ ଏନ.ଏ.ସି. ପକ୍ଷରୁ ଚଢ଼ାଉ ଜୋର୍ଦାର୍ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

Leave A Reply