Odisha news

ଓଡିଶା ବିୟୁଟି ଏକ୍ସପୋ – ୨୦୨୦ ମିସ୍ ବେଷ୍ଟ କଷ୍ଟ୍ୟୁମ୍ ଟାଇଟଲ୍ ଜିତିଲେ ଭଞ୍ଜନଗରର ପ୍ରୀତି

0

ଭଞ୍ଜନଗର : ରାଉରକେଲା ଭଞ୍ଜଭବନ ପରିସରରେ ଆୟୋଜିତ ହୋଇଥିବା ଓଡିଶା ବିୟୁଟି ଏକ୍ସପୋ-୨୦୨୦ ପ୍ରତିଯୋଗିତାରେ ମିସ୍ ବେଷ୍ଟ କଷ୍ଟ୍ୟୁମ୍ ଟାଇଟଲ ହାସଲ କରିଛନ୍ତି ଭଞ୍ଜନଗରର ପ୍ରୀତି । ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଯିବାପାଇଁ ପ୍ରୀତି ଟ୍ରାଡିସନାଲ୍, ୱେଷ୍ଟର୍ଣ୍ଣ, ପିଙ୍କ୍, ପ୍ରଶ୍ନୋତ୍ତର ଏବଂ ଟାଲେଣ୍ଟ ଭଳି ବିଭିନ୍ନ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ । ନୂଆ ନୂଆ କଷ୍ଟ୍ୟୁମ୍ରେ ଜଣେ କିଭଳି ନିଜକୁ ସଜେଇବାସହ ଫିଟ୍ ଦେଖାଯାଇପାରିବ ସେଥିନେଇ ପ୍ରୀତି ବେଶ ଭଲ ପ୍ରଦର୍ଶନ କରିବାସହ ଶେଷରେ ମିସ୍ ବେଷ୍ଟ କଷ୍ଟ୍ୟୁମ୍ ଟାଇଟଲ ଜିତି ଭଞ୍ଜନଗର ଅଂଚଳର ଗୌରବ ବୃଦ୍ଧି କରିଛନ୍ତି । ଭଞ୍ଜନଗର ଠାକୁରାଣୀ ମନ୍ଦିର ସାହିର ପ୍ରୀତି ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ଶଶୀଭୁଷଣ ରଥ ଡିଗ୍ରୀ କଲେଜରେ +୩ ପ୍ରଥମ ବର୍ଷ କଳାର ଛାତ୍ରୀଭାବେ ଅଧ୍ୟୟନରତ ଅଛନ୍ତି । ତାଙ୍କର ଏହି ସଫଳତା ପଛରେ ମାଆ ଜି.ମାଧବୀ ଓ ବାପା ସୁରେଶ ନାୟକଙ୍କ ହାତ ରହିଥିବା ପ୍ରୀତି ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।

Leave A Reply