ଠାକୁରମୁଣ୍ଡା ,ମୟୁରଭଞ୍ଜ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଠାକୁରମୁଣ୍ଡା ବ୍ଲକ ରେ ଥିବା ଭୀମକୁଣ୍ଡ ରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି।ମେଳାରେ ପ୍ରାୟ ଲକ୍ଷାଧିକ ସଂଖ୍ୟାରେ ଜନ ସମାଗୋମ ହୋଇଥିଲା।ଏଥି ସହିତ ପ୍ରତିବର୍ଷ ଭଳି ସଠାରେ ୨ଦିନ ଧରି ଚାଲିବାକୁ ଥିବା ୧୬ତମ ଭୀମକୁଣ୍ଡ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।
ପବିତ୍ର ବୈତରଣୀ ନଦୀର ଭୀମକୁଣ୍ଡ ର ଉଭୟ ପାର୍ଶ୍ଵ ରେ ଥିବା ଠାକୁରମୁଣ୍ଡା ବ୍ଲକ ବୋରିଂ ର କୁଣ୍ଡେଶ୍ଵର ମହାଦେବ ଓ କେନ୍ଦୁଝର ଜିଲ୍ଲାର ପାଟଣା ସୀମାନ୍ତ ଶିବ ମନ୍ଦିର ରେ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିଲେ।ଭୀମକୁଣ୍ଡ ର ୩ଟି ଗଭୀର କୁଣ୍ଡ ମଧ୍ୟରୁ ପ୍ରଥମ କୁଣ୍ଡ ରେ ପୂର୍ବରୁ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଆସୁଥିବା ବେଳେ ଚଳିତ ବର୍ଷ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହି ଗଭୀର କୁଣ୍ଡର ପ୍ରଖର ସ୍ରୋତରେ ଲୋକେ ବୁଡ଼ ପକାଇବା କୁ ବାରଣ କରାଯାଇଛି।ବୁଡ଼ ପକାଉଥିବା ଶ୍ରଦ୍ଧାଳୁ ମାନେ ନଦୀ ର ସମତଳ ଅଂଚଳରେ ଥିବା ନଦୀ ପାଣି ରେ ବୁଡ଼ ପକାଇଥିଲେ।ମେଳା ରେ ପ୍ରବଳ ଜନ ସମାଗମ କୁ ଲକ୍ଷ୍ୟ କରି ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସଫୋର୍ସ କୁ ବିଭିନ୍ନ ସ୍ଥାନରେ ମୃତୟନ କରାଯାଇଥିଲା।ସେହିପରି ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ନିକଟ ସାଳନ୍ଦୀ ନଦୀର ଭୈରଵ କୁଣ୍ଡ ରେ ମକର ମେଳା ରେ ଜନ ସମାଗମ ହୋଇଥିବାର ଜଣାଯାଇଛି।
ଭୀମକୁଣ୍ଡ ମହୋତ୍ସବ କମିଟି ଓ କୁଣ୍ଡେଶ୍ଵର ବନସୁରକ୍ଷା କମିଟି ସହଯୋଗ ରେ ସେଠାରେ ୧୬ତମ ଭୀମକୁଣ୍ଡ ମହୋତ୍ସବ ଉଦଘାଟିତ ହୋଇଯାଇଛି।ଭୀମକୁଣ୍ଡ ମହୋତ୍ସବ କମିଟି ର ସଭାପତି ତଥା କରଞ୍ଜିଆ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଙ୍କ ସଭାପତିତ୍ଵ ରେ ମୁଖ୍ୟଅତିଥି ଭାବରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ନିଜ ବକ୍ତବ୍ୟ ରେ ମତ ରଖିଥିଲେ।ମୁଖ୍ୟ ବକ୍ତା ଭାବେ କାଦଡ଼ିହା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଭାଗବତ ଲେଙ୍କା ଯୋଗ ଦେଇ ଭୀମକୁଣ୍ଡ ର ଐତିହ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ସଂମ୍ମାନୀତ ଅତିଥି ଭାବରେ ଠାକୁରମୁଣ୍ଡା ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ, ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସହକାରୀ ବନ ସଂରକ୍ଷକ ଡ଼ଃ ମିହିର ରଂଜନ ପଟ୍ଟନାୟକ ସମାଜସେବୀ ବସନ୍ତ କୁମାର ପାଇବର୍ତୀ ଯୋଗ ଦେଇଥିଲେ।ସଭାରେ ଶରତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ହାର୍ଦ୍ଦିକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିବ୍ୟାଙ୍ଗ କଳାକାର ସତ୍ୟବ୍ରତ ସାହୁ,ସାଗରିକ ପ୍ରିୟଦର୍ଶନୀ ସାହୁ ଓ ସ୍ଥାନୀୟ ବହୁ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।