ଭୁବନେଶ୍ୱର,୧୫ା୧ : ପ୍ରବାସୀ ଶ୍ରମିକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ବାହାରକୁ କାମ କରିବାକୁ ଯାଉଥିବା ଶ୍ରମିକ ତଥା ମୂଲିଆଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଏକ ବିଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି । ୧୧ଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲ୍ଲା ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ । ୪ ଜିଲ୍ଲାରେ ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ମିଳିବ ୨ଶହ କର୍ମନିଯୁକ୍ତି ।