ଫ୍ରାନ୍ସ : ପ୍ୟାରିସ୍ରେ ଇସ୍ରୋ ସାଟେଲାଇଟ୍ ଲଞ୍ଚିଙ୍ଗ୍ ଇଭେଣ୍ଟ୍ରେ ସାମିଲ ହେବା ପାଇଁ ଫ୍ରେଞ୍ଚ୍ ସ୍ପେସ୍ ଏଜେନ୍ସି ଏରିୟାନେ ସୋନା ମହାପାତ୍ରଙ୍କୁ ଆମନ୍ତ୍ରିତ କରିଛି । ଏହି ସମ୍ମାନ ପାଇଥିବା ସୋନା ଏକମାତ୍ର ଭାରତୀୟ । ଏହାକୁ ନେଇ ସୋନା ବେଶ୍ ଉତ୍ସାହିତ । ସୋନା କହିଛନ୍ତି, ‘ପିଲାଦିନରୁ ହିଁ ମୁଁ ସ୍ପେସ୍କୁ ବେଶ୍ ପସନ୍ଦ କରେ । ମୋ ବାପା ଭାରତୀୟ ନେଭିରେ ନେଭିଗେଶନ୍ ସ୍ପେଶାଲିଷ୍ଟ୍ ଓ ଇନ୍ଷ୍ଟ୍ରକଫର ଥିଲେ । ଷ୍ଟାର୍ମାନଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ଥିଲା । ସେ ଆମ ତିନି ଭାଇଭଉଣୀକୁ ଲନ୍ରେ ବସାଇ ଷ୍ଟାର୍ କୁଇଜ୍ ଖେଳାନ୍ତି । ମୁଁ ଇଞ୍ଜିନିୟରିଂ ପଢ଼ି ସଙ୍ଗୀତକୁ କ୍ୟାରିୟର୍ କଲି । ହେଲେ ସ୍ପେସ୍ ପ୍ରତି ମୋର ଆସକ୍ତି କମିନି । ବିଗ୍ ବ୍ୟାଙ୍ଗ୍ ଥିଓରି ଭଳି ଶୋ’ର ସଫଳତା ଏକ ପିଢ଼ିର ପିଲାଙ୍କୁ ବିଜ୍ଞାନ ପ୍ରତି ଆକର୍ଷିିତ କରିଥିଲା । ଏବେ ମୁଁ ଏଥିରେ ସାମିଲ ହେବାକୁ ଯାଉଥିବାରୁ ଅତ୍ୟନ୍ତ ଆନନ୍ଦିତ ।’ ସୋନାଙ୍କ ମତରେ ବୈଦିକ ସାହିତ୍ୟରେ ସାଉଣ୍ଡ୍ ଓ ସ୍ପେସ୍ ମଧ୍ୟରେ ଗଭୀର ସମ୍ବନ୍ଧ ଥିବା ଦର୍ଶାଯାଇଛି । ଭାରତୀୟ ଦର୍ଶନରେ ସ୍ପେସ୍କୁ ସର୍ବଦା ପଞ୍ଚମ ତତ୍ତ୍ୱ ମାନ୍ୟତା ଦିଆଯାଇଛି ।