Odisha news

ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ଇଣ୍ଡୋନେସିଆ ମାଷ୍ଟର୍ସ

0

ଜାକାର୍ତ୍ତା,୧୪ା୧(ଏଜେନ୍ସି): ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନରେ ଭାରତୀୟଙ୍କୁ ମିଶ୍ରିତ ସଫଳତା ମିଳିଛି । ବିଶ୍ୱ ଚାମ୍ପିଅନ୍‌ ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ସାଇନା ନେହ୍ୱାଲ ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି । ବୁଧବାର ସିନ୍ଧୁଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ପ୍ରଥମ ରାଉଣ୍ଡ ମ୍ୟାଚରେ ସିନ୍ଧୁଙ୍କୁ ତୀବ୍ର ପ୍ରତିରୋଧର ସମ୍ମୁଖୀନ ହେବାକୁପଡିଥିଲା । ସେ ଜାପାନର ଆୟା ଓହୋରି’ଙ୍କୁ ୧୪-୨୧, ୨୧-୧୫, ୨୧-୧୧ ଗେମ୍‌ରେ ହରାଇଥିଲେ । ପ୍ରତିଯୋଗିତାର ପଞ୍ଚମ ସିଡ ସିନ୍ଧୁ ପ୍ରଥମ ଗେମ୍‌ରେ ୧୪-୨୧ରେ ହାରିଯାଇଥିଲେ । କିନ୍ତୁ ପରବର୍ତ୍ତୀ ଦୁଇଟି ଗେମ୍‌ରେ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ଜିତାପଟ୍ଟ ହାସଲ କରିଥିଲେ । ଏପର୍ଯ୍ୟନ୍ତ ସିନ୍ଧୁ ଓ ଜାପାନର ଆୟା ପରସ୍ପରକୁ ୧୦ଥର ଭେଟିଛନ୍ତି । ସବୁ ମ୍ୟାଚ୍‌ରେ ସିନ୍ଧୁ ବିଜୟୀ ହୋଇ ଅପରାଜୟ ରହିଛନ୍ତି । ଗତ ସପ୍ତାହରେ ଅନୁଷ୍ଠିତ ମାଲେସିଆ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡରେ ଆୟା ଭାରତୀୟ ସଟଲର ସିନ୍ଧୁଙ୍କ ଠାରୁ ହାରି ଯାଇଥିଲେ । ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ଜାପାନର ସାୟାକା ତାକାହାସିଙ୍କୁ ଭେଟିବେ ।

Leave A Reply