Odisha news

କାହା ଇଙ୍ଗିତରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛି କମିସନରେଟ ପୋଲିସ ?:ବିଜେପି

0

 ମାଡ ମାରୁଛନ୍ତି ଶାସକ ଦଳର ଗୁଣ୍ଡା ଦେଖଣାହାରୀ ସାଜିଛି ପୋଲିସ
 ପୋଲିସ ଉପସ୍ଥିତରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଶାସକ ଦଳର ଗୁଣ୍ଡା
 ରାଜଧାନୀରେ ୧୦୦ ନମ୍ବରକୁ ଫୋନ କଲେ ୨୦୦ ମିଟର ରାସ୍ତାକୁ ପୋଲିସ ପହଂଚିବାକୁ ଲାଗୁଛି ୨୦ ମିନିଟ୍
 ପୀଡିତକୁ ସୁରକ୍ଷା ଦେବା ବଦଳରେ ଗୁଣ୍ଡାମାନଙ୍କ ଆକ୍ରମଣକୁ ସମର୍ଥନ କରୁଛି ପୋଲିସ
 ଶାନ୍ତିପ୍ରିୟ ସହରକୁ ଅଶାନ୍ତ କରିବାକୁ ଲାଗିଛନ୍ତି ଶାସକ ଦଳର ଗୁଣ୍ଡା
 ଗୁଣ୍ଡାମାନଙ୍କ ସହ ଉପସ୍ଥିତ ପୋଲିସ ଅଫିସରମାନଙ୍କର କଣ ସଂପର୍କ ରହିଛି, ତାହା ରାଜ୍ୟସରକାରଙ୍କ ଗୃହ ବିଭାଗ ସ୍ପଷ୍ଟ କରୁ
ଭୁବନେଶ୍ୱର : ଗତକାଲି ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଅସାମାଜିକ ଗୁଣ୍ଡାମାନେ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା । କମିସନରେଟ ପୋଲିସ ସୁରକ୍ଷା କଥା କହୁଥିବା ସମୟରେ ଖୋଦ୍ ପୋଲିସ ଅଧିକାରୀଙ୍କ ସାମ୍ନାରେ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ଏବଂ ପୋଲିସ ଦେଖଣାହାରୀ ସାଜି ଏହି ଦୃଶ୍ୟକୁ ଦେଖୁଛି । ଏହା ପୋଲିସର କି ପ୍ରକାର ମାନସିକତା ବୋଲି ବିଜେପି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତକାଲି ଶିଖ୍ ବ୍ୟକ୍ତି ଜଣକ ଆକ୍ରମଣର ଶିକାର ହେବା ପରେ ୧୦୦ ନମ୍ବରକୁ ଫୋନ କରି ଜଣାଇଥିଲେ । ଏହାର ୨୦ ମିନିଟ ପରେ ପୋଲିସ ଘଟଣାସ୍ଥଳରେ ପହଂଚିବା ଏବଂ ଜନୈକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ତଳକୁ ଡାକି ପୁଣି ଗୁଣ୍ଡାମାନଙ୍କ ଦ୍ୱାରା ମାଡ ଖୁଆଇବା ଏକ ବିଦ୍ଧିବଦ୍ଧ ଯୋଜନା । କାରଣ ପୋଲିସ ଆଜି ଯେଉଁମାନଙ୍କୁ ଗିରଫ କରିଛି ଜଣାପଡିଛି କି , ଆକ୍ରମଣ କରିଥିବା ଗୁଣ୍ଡାମାନେ ବିଜେଡି ଦଳ ସମର୍ଥୀତ କର୍ମୀ । ସେଥିଲାଗି ପୋଲିସ ସୁରକ୍ଷା ଦେବା ପରିବର୍ତେ ଗୁଣ୍ଡାମାନଙ୍କ ଆକ୍ରମଣକୁ ସମର୍ଥନ କରୁଥିଲା ।
ଭୁବନେଶ୍ୱର ଏକ ଶାନ୍ତିପ୍ରିୟ ସହରକୁ ଶାସକ ଦଳର କିଛି ଗୁଣ୍ଡା ଅଶାନ୍ତ କରିଛନ୍ତି । ଏଭଳି ଅମାନବୀୟ ଘଟଣା ସହ ଯେଉଁମାନେ ଜଡିତ ଅଛନ୍ତି ସମସ୍ତଙ୍କୁ ପୋଲିସ ଗିରଫ ତୁରନ୍ତ ଗିରଫ କରୁ । ଏହା ସହ ସେହି ଗୁଣ୍ଡାମାନଙ୍କ ସହ ଉପସ୍ଥିତ ପୋଲିସ ଅଫିସରମାନଙ୍କର କଣ ସଂପର୍କ ରହିଛି, ତାହା ରାଜ୍ୟସରକାରଙ୍କ ଗୃହ ବିଭାଗ ସ୍ପଷ୍ଟ କରୁ । କାହା ଇଙ୍ଗିତରେ ପୋଲିସ ଅନ୍ୟ ଗୁଣ୍ଡାମାନଙ୍କୁ ସୁରକ୍ଷା ଦେବା ପାଇଁ ଲାଗିପଡିଛନ୍ତି ? କମିସନରେଟ ପୋଲିସ ଏ ଘଟଣାରେ ସଂପୃକ୍ତି ଥିବା ସମସ୍ତ ଗୁଣ୍ଡାଙ୍କୁ ଗିରଫ କରିବା ସହ ଜନୈ÷କ ଶିଖ ବ୍ୟକ୍ତି ଏବଂ ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ସରକାର କେବଳ ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରି ଚୁପ୍ ରହିଲେ ହେବନାହିଁ । ଏ ଘଟଣାରେ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ କଣ ସଂପର୍କ ରହିଛି ତାହା ବି ଖୁଲାସା ହେବା ଦରକାର ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply