Odisha news

ଫକୀରମୋହନ ଓଡ଼ିଆ ସାହିତି୍ୟକ ମାନଙ୍କ ପାଇଁ ଦୃଷ୍ଟାନ୍ତ ଏବଂ ଆରାଧ୍ୟ ଦେବତା: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

0

ବାଲେଶ୍ୱର- ଯେଉଁ ସମୟରେ ଓଡ଼ିଆଭାଷାକୁ ବିଲୋପ ପାଇଁ କିଛି ବି୍ରଟିଶ ଅଧିକାରୀ ଏବଂ ବଙ୍ଗାଳୀମାନେ ଷଢଯନ୍ତ୍ର କରୁଥିଲେ ସେତିକିବେଳେ ଫକୀରମୋହନ ଲେଖନୀ ଚାଳନା କରି ଓଡ଼ିଆ ଭାଷାସାହିତ୍ୟକୁ ସଂଜିବନୀ ପରି ଜୀବନ୍ୟାସ ଦେଇଥିଲେ । ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷାର ଏହି ସଙ୍କଟ ଜନକ ସ୍ଥିତି ସମୟରେ ଉପନ୍ୟାସ, କବିତା, ଭ୍ରମଣ କାହାଣୀ, ଗଳ୍ପ ଏବଂ ଅନ୍ୟାନ୍ୟ ବିଭାଗରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ଫକୀରମୋହନ ଓଡ଼ିଆ ସାହିତି୍ୟକଙ୍କ ପାଇଁ ଆଜି ଆରାଧ୍ୟ ଦେବତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାଷା ଓ ସାହିତ୍ୟକୁ ରକ୍ଷା କରିବା ପାଇଁ ସଂଗ୍ରାମ କରି ଉତ୍କଳ ଗୌରବ ମଧୁସୂଦନ ଏବଂ ଫକୀରମୋହନ ସର୍ବସ୍ୱାନ୍ତ ହୋଇଯାଇଥିଲେ ମଧ୍ୟ ଲକ୍ଷ୍ୟପଥରୁ ବିଚୁ୍ୟତ ହୋଇନଥିଲେ । ଫକୀରମୋହନ ଯେତେବେଳେ ଲେଖୁଥିଲେ ସେତେବେଳେ ତାଙ୍କ ଆଗରେ କୌଣସି ଦୃଷ୍ଟାନ୍ତ ନଥିଲା ସେ ନିଜେ ଆଜି ସାହିତି୍ୟକମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତ । ଫକୀରମୋହନଙ୍କ ଏହି ଜୟନ୍ତୀ ଉତ୍ସବରେ ତାଙ୍କୁ ଯେତେ ପ୍ରଶଂସା କଲେବି କମ ହୋଇଯିବ ବୋଲି ଆଜି ପୂର୍ବାହ୍ନରେ ବ୍ୟାସକବି ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ଉତ୍ସବର ୨ୟ ଦିବସର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିବା ବେଳେ ଡ. ସାରଙ୍ଗଧର ତି୍ରପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍‍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଏବଂ ବାଲେଶ୍ୱରରର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍‍ କୁମାର ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବ୍ୟାସକବି ଫକୀରମୋହନଙ୍କ ଭାଷା ଆନ୍ଦୋଳନରେ ଭୂମିକା ଓ ତାଙ୍କର ମହାନ୍‍ ସୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଡ. ଶିଶିର ବେହେରା, ଡ. ସ୍ମରଣ ନାୟକ, ଡ. ଫଣୀନ୍ଦ୍ରଭୂଷଣ ନନ୍ଦ, ଡା. ଉପେନ୍ଦ୍ର ପ୍ରସାଦ ନାୟକ, ଗାଳ୍ପିକ ରବି ପଣ୍ଡା, ନିତ୍ୟାନନ୍ଦ ପଣ୍ଡା, ଡ. ନବୀନ ପରିଡ଼ା, ହଂସନାଥ ମୁଦୁଲି, ଡ. ଦୀପ୍ତିରଂଜନ ପଟ୍ଟନାୟକ, ଶ୍ରୀମାନ୍‍ ସର୍ବଗିଳା,ଡ. ବସନ୍ତ କିଶୋର ସାହୁ, ଅସିତ୍‍ ମହାନ୍ତି, ଡ. ନୀଳକ= ମିଶ୍ର, ପିତାମ୍ବର ବାରିକ,ବନୋଜ ତ୍ରିପାଠୀ, ଡ. ଶ୍ରୀକାନ୍ତ ଚରଣ ପାତ୍ର, ଡ. ଭାଗବତ ବେହେରା, ନିରଂଜନ ମହାନ୍ତି ପ୍ରମୁଖଙ୍କୁ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଶେଷରେ ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପରିଷଦର ଉପସଭାପତି ପ୍ରଦୀପ ଚାଟାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ କବୀ ଦୀପ୍ତି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । କବି ତନୁଜା ପଣ୍ଡା ଏବଂ ଶୈଳବାଳା ବେହେରା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ଏହି କବିତା ପାଠୋତ୍ସବରେ ୫୦ରୁ ଅଧିକ କବି ଓ କବୟତ୍ରୀ ସ୍ୱରଚିତ କବିତାପାଠ କରିଥିଲେ । ଶେଷରେ ରଂଜନ ବାଗ୍‍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply