ମାର୍ଶାଘାଇ, ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଂଚାୟତର ପକ୍ଷୋଟ ଖେଳପଡିଆରେ ଲୁଣା-କରାଣ୍ଡିଆ ଦ୍ୱିପାଂଚଳ ଜିଲ୍ଲାସ୍ତରୀୟ ମକର ମହୋତ୍ସବ ୨୦୨୦ବୁଧବାର ଅପରାହ୍ନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଦ୍ୱାରା ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଯାଇଛି । ସ୍ୱାଗତସଂଗୀତ ଗାନ ପରେ ପ୍ରଦୀପ ପ୍ରଜ୍ୱଳନ କରି ମହାମହିମ ରାଜ୍ୟପାଳ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଂଚଳର ବିକାଶ କ୍ଷେତ୍ରରେ ଆଲୋକବର୍ତିକା ଭଳି ମହୋତ୍ସବ ଅନେକ ଶିକ୍ଷାଲାଭ ଦେଇଥାଏ । ମହୋତ୍ସବ ଲୋକମାନଙ୍କୁ ସାମାଜିକ ବନ୍ଧନରେ ବାନ୍ଧିରଖିବା ସହ ମହୋତ୍ସବ ଦ୍ୱାରା ବ୍ୟକ୍ତିତ୍ୱଙ୍କ ମିଳନ ଘଟିଥାଏ, ନୃତ୍ୟଗୀତ ଏବଂ ମନୋରଂଜନ ମାଧ୍ୟମରେ ଅଂଚଳବାସୀଙ୍କୁ ଆନନ୍ଦ ମହୋତ୍ସବ ଯୋଗାଇଥାଏ ବୋଲି ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ । ତ୍ରିକୋଣଭୁମି ବିକାଶ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟନୀ ସଭାରେ ପରିଷଦର ସଭାପତି ମୃତ୍ୟୁଞ୍ଜୟ ମହାନ୍ତି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୂଚନା ପ୍ରଦ୍ୟୋଗିକି,ଜଳସଂପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ମହୋତ୍ସବର ଦ୍ୱାରା ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଏ ବୋଲି ମତବ୍ୟକ୍ତ କରିଥିଲେ । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ,ପାଟକୁରା ଯୁବନେତା ସଂଜୟ ଅଗ୍ରଓାଲ,ଯୁବନେତା ରବି ସାମଲ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ କୁମାର ରଥ, ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସଂଜୟ କୁମାର ଲେଙ୍କା ଯୋଗ ଦେଇଥିଲେ । ମକର ମହୋତ୍ସବ ଜରିଆରେ ଲୁଣା-କରାଣ୍ଡିଆ ନଦୀ ଘେରା ଏହି ଦ୍ୱିପାଂଚଳବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି ହୋଇପାରୁଛି ବୋଲି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଶ୍ରୀ ଦାସ କହିଥିଲେ । ଲୁଣାକରାଣ୍ଡିଆ ବ୍ରିଜ ନିକଟରୁ ପକ୍ଷୋଟ ପର୍ଯ୍ୟନ୍ତ ରାସ୍ତା ପୁର୍ତ ବିଭାଗ ଜରିଆରେ ଖୁବଶୀଘ୍ର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ କରାଯିବା ସହିତ ଶାଗୁଣା ଘାଇ ଏବଂ ସଠିଲୋ ଠାରେ ଦୁଇଟି ବ୍ରିଜ କରାଯାଇ ତ୍ରିକୋଣଭୁମି ଅଂଚଳକୁ ଗମନାଗମନ କ୍ଷେତ୍ରରେ ସୁବିଧା କରାଯିବ ବୋଲି ଯୁବନେତା ତଥା ପାଟକୁରା ବିଧାୟିକାଙ୍କ ପୁତ୍ର ସଂଜୟ ଅଗ୍ରଓାଲ କହିଥିଲେ ।ବିକାଶ ପରିଷଦ ସଂପାଦକ ଅମରେନ୍ଦ୍ର ରାଉତଙ୍କ ସମେତ ସମସ୍ତ ସଦସ୍ୟ ସହ ଯୋଗ କରିଥିଲେ । ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନର କଳାକାର ମାନଙ୍କ ଦ୍ାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଉଦଘାଟନ ଉତ୍ସବ ପରେ ସଂଧ୍ୟାରେ ଓଲିଉଡ ଷ୍ଟାର ଏବଂ ପ୍ରସିଦ୍ଧ ସାଂସ୍କୃତିକ ସଂଗଠଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ମହୋତ୍ସବ ପଡିଆରେ ବିଭିନ୍ନ ମନୋହରୀ ଦୋକାନ,ଘରକରଣା ସାମଗ୍ରୀ,ସୁସ୍ୱାଦଯୁକ୍ତ ଖାଇବା ଷ୍ଟଲ,ରାମଦୋଳି,ଡ୍ୟାନ୍ସିଂ ଚେୟାର ଖେଳ,ଝୁଲଣ,ସବୟା ସହାୟିକା ଗୋଷ୍ଠିମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଷ୍ଟଲ ମାନ ଖୋଲିଛି ।ଲୁଣା-କରାଣ୍ଡିଆନଦୀରତ୍ରିକୋଣଭୁମୀଅଂଚଳଅନ୍ତର୍ଗତ ଶିଶୁଆ,ସଠିଲୋ,ପୁରୁଷୋତ୍ତମପୁର,ସଲାର,ଜଳପୋକ,ପକ୍ଷୋଟ,କଣିବାଙ୍କ,ଶ୍ରୁତିପୁର,ନାନକାର,ଆଇତିପୁର,ବାଳିସିଂ,ବଳରାମପୁର ପ୍ରଭୃତି ଗ୍ରାମବାସୀଙ୍କ ସହଯୋଗରେ କରିଥିଲେ ।