Odisha news

ଲୋହରାଖଣ୍ଡି ନଦୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

0

ଭଞ୍ଜନଗର : ଲୋହରାଖଣ୍ଡି ନଦୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର କଲା ଭଞ୍ଜନଗର ପୋଲିସ । ଭଞ୍ଜନଗର ସହରର ବଡତୋଟା ସାହି ନିକଟରେ ଲୋହରାଖଣ୍ଡି ନଦୀଶଯ୍ୟାରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସୁଥିବା ଦେଖି କିଛି ଲୋକ ପୋଲିସରେ ଖବର ଦେଇଥିଲେ । ଆଉ ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରୁ ସଂପୃକ୍ତ ମହିଳାଙ୍କ ଶବକୁ ନଦୀରୁ ଉଦ୍ଧାର କରିବାସହ ଏହାକୁ ମେଡିକାଲରେ ବ୍ୟବଚ୍ଛଦ କରିବାପରେ ଏହାର କୌଣସି ପତ୍ତା ନମିଳିବା କାରଣରୁ ନଦୀ ପଠାରେ ପୋତି ଦେଇଛି ପୋଲିସ । ଶବଟି ପାଖାପାଖି ୨ ଦିନ ପୂର୍ବର ହୋଇଥିବା ଅନୁମାନ କରାଯାଉଛି । କାରଣ ଏହା ପଚିବା ଆରମ୍ଭ କରିଥିବାବେଳେ ପ୍ରବଳ ଦୁର୍ଗନ୍ଧ ବାହାରୁଛି । ଅନ୍ୟପକ୍ଷରେ ଶବଟି କେଉଁଠୁ ଓ କିପରି ନଦୀ ଭିତରକୁ ଆସିଲା ଓ ମୃତ ମହିଳା ଜଣକର ପରିଚୟ କଣ ତାକୁ ନେଇ ପୋଲିସ ତାର ଛାନଭିନ୍ ଆରମ୍ଭ କରିଛି । ଏସଂପର୍କରେ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।

Leave A Reply