( ଅମରେନ୍ଦ୍ର କୁମାର ପଟ୍ଟନାୟକ ): ସରସ୍ଵସ୍ଵତି ସିଶୁବିଦ୍ୟା ଭବନ୍ ବେଲଗୁଣ୍ଠା ଛାତ୍ର ଛାତ୍ରୀ ମାନକ ଦ୍ୱାରା ସାଇ ଗୁରୁକୂଳ ଭଞ୍ଜନଗର ଠାରେ ସଡ଼କ ସୁରକ୍ଷା ଓ ବନ ବିହାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶେଷ ସମାଜ ସେବୀ ତଥା ଅବସର ପ୍ରାପ୍ତ ବନ କର୍ମଚାରୀ ସୁଳପାଣି ଶତପଥୀ ଓ ଅବସର ପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମହେନ୍ଦ୍ର କୁମାର ସ୍ବାଇଁ ଯୋଗ ଦେଇ ପିଲାମାନଙ୍କୁ ପରିବେଶ ସୁରକ୍ଷା ଓ ସଡ଼କ ସୁରକ୍ଷା ଉପରେ ବିଭିନ୍ନ ଉପଦେଶ ଦେଇଥିଲେ ଏଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ସଡ଼କ ସୁରକ୍ଷା ଉପରେ ସ୍ଲୋଗାନ ଓ ଅଭିନୟ ପ୍ରଦର୍ଶନ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏ ଅବସର ରେ ଅନୁଷ୍ଠାନ ର ସମ୍ପାଦକ ସୁର୍ୟ ନାରାୟଣ ପାତ୍ର ଓ ପ୍ରଧଞ୍ଚର୍ଯ୍ୟ ଶିବରାମ ପ୍ରଧାନ ଯୋଗ ଦେଇଥିଲେ ତତ୍ସହିତ ଛାତ୍ରଛାତ୍ରୀ ମାନେ ଭଞ୍ଜନଗର ପାର୍କ, ବେଲେଶ୍ୱର , ସାଇମନ୍ଧିର ଆଦି ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ସହ ଭୋଜି ଭାତ ର ଆୟୋଜନ କରାଯାଇଥିଲା । ଏ କାର୍ଯ୍ୟ କ୍ରମ କୁ ସୁମିତ୍ରା ମାମଜିନି, ପ୍ରଭାସିନୀ ଓ ଆଶା ଗୁରୁମା ପରିଚାଳନା କରିଥିଲେ। ୩୦୦ଛାତ୍ର ଛାତ୍ରୀ ଏଥିରେ ଯୋଗଦାନ କରିଥିଲେ।