Odisha news

ଭଂଜନଗର ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

0

ଭଂଜନଗର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ୨୭/୦୧ ଭଞ୍ଜନଗର ସ୍ଥିତ କଵି ସମ୍ରାଟ ଉପେନ୍ଦରଭଞ୍ଜ ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ 75ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି,ଏହି ଜାତୀୟ ଦିବସରେ ଭଂଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ,ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶାନ୍ତି,ମୈତ୍ରୀ ସମବୃଦ୍ଧି ଓ଼ ସ୍ୱାଭିମାନର ଜାତୀୟ ପତାକା ଉତୋଳନ କରିଥିଲେ,ସେ ଦେଶପ୍ରେମୀ ଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,ଗଣତନ୍ତ୍ର ର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକ ମାନଙ୍କର କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ,ଉକ୍ତ ଉଛବରେ ସମ୍ମାନିତ ଅତିଥି ରୂପେ ଏନ, ସି, ଭଞ୍ଜନଗର ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇଥିଲେ., ସକାଳ 5ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାମଧୁନ ପ୍ରଚାର କରା ଯାଇଥିଲା,ବିଦ୍ୟାଳୟ ଓ଼ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱରା ଦେଶାନ୍ତବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା,ବିଭିନ୍ନ ପ୍ରତିଯଯୋଗୀ ତାର କୃତୀ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା ଏଂବ ସ୍ଥାନୀୟ ଚିକତ୍ସା ଲୟରେ ରୋଗୀ ମାନଂକୁ ଫଳ ବଣ୍ଟନ କରାଯାଇଥିଲା,ଚିଦାନନ୍ଦ କୃଷ୍ଠ ରୋଗୀ ଆଶ୍ରମ ରେ ମିଷ୍ଟ୍ରାନ ଓ଼ ଫଳ ବଣ୍ଟନ ତଥା ତନରଡ଼ା ବୃଦ୍ଧାଶମ ଫଳ ଓ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା,ଏହି ଉଚ୍ଚବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ କୁମାର ବଡ଼ଜେନା, ଉପଖଣ୍ଡ ଆରକ୍ଷୀ ଅଧୀକାରି ବିଶ୍ଵାମିତ୍ର ହରପାଲ,ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ଵରଞ୍ଜନ କର,ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର,ଅଞ୍ଚଳିକ ପରିଵହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଏନଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଥାନା ଅଧିକାରୀ ଭଗବାନ ପୂଜାରୀ ଏମ ପି ପ୍ରତିନିଧି ପଞ୍ଚାନନ ପାଳ,ସମାଜ ସେବୀ ଶୁଳାପାଣି ଶତପଥୀ ,ପ୍ରଭୁତି ମାନ୍ୟ ଗଣ୍ୟ ବ୍ୟକ୍ତି ଗଣ ଯୋଗ ଦେଇଥିଲେ,ଏହି ଉଚ୍ଛବକୁ ଉପଖଣ୍ଡ ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋ ଜନା ଓ଼ ପରି ଚାଳନା କରିଥିବା ବେଳେ ବରିଷ୍ଠ କର୍ମଚାରୀ ପ୍ରଦୀପ ପାତ୍ର ଓ଼ ତାରିଣୀ ସାହୁ ସହୋ ଯୋଗ କରିଥିଲେ,ଶେଷରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ. ଭଞ୍ଜନଗର ଏନଏସି ଅଫିସ ରେ ନଗରପାଳ ଗୋପବନ୍ଧୁ ମହାପାତ୍ରଜାତୀୟ ପତାକା ଉତୋଳନ କରି ନିଜର ବକ୍ତବ୍ୟ ପ୍ରଧାନ କରିଥିଲେ,ଭଞ୍ଜନଗର ଥାନାରେ ଥାନା ଅଧିକାରୀ ଭଗବାନ ପୂଜାରୀ ଜାତୀୟ ପତାକା ଉତୋଳନ କରି ନିଜର ଅଭିଭାଷଣ ରଖିଥିଲେ,ଅଟୋ ଆସୋସିଏସନ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଜାତୀୟ ପତାକା ଉତୋଳନ କରି ନିଜର ଅଭିଭାଷଣ ରଖିଥିଲେ।

Leave A Reply