Odisha news

ଡକାୟତ ଉଦ୍ୟମ ପଣ୍ଡ : ୬ ଗିରଫ , ୨ ଫେରାର ,୨ ଜୀବନ୍ତ ବୋମା ସହ ୩ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ

0

ଭଞ୍ଜନଗର : ବେଲଗୁଣ୍ଠା ପୁଲିସକୁ ମିଳିଛି ସଫଳତା । ଡକାୟତି ଉଦ୍ୟମ ପଣ୍ଡ କରି ୬ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଏଥିସହ ୨ଟି ଜୀବନ୍ତ ବୋମା, ୩ଟି ଖଣ୍ଡା, ଲୁହା  ରଡ, ୩ଟି ମଟର ସାଇକେଲ ଓ ୨ଟି ମୋବାଇଲକୁ ଜବତ କରିଛି । ଫଳରେ ଏକ ବଡଧରଣର ଡକାୟତ ଉଦ୍ୟମ ପଣ୍ଡ ହୋଇଯାଇଛି ।

ଭଞ୍ଜନଗର ଥାନା କେଶ ନମ୍ବର- ୪୫୦/୨୦ ପ୍ରକାରେ ମାମଲା ରୁଜୁ କରାଯାଇ ୬ଜଣ ଡକାୟତଙ୍କୁ କୋର୍ଟଚାଲଣ କରାଯାଇଥିବାବେଳେ ସେମାନଙ୍କ ଜାମିନ ନାମଞ୍ଜୁର କାରଣରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ସୁଚନା ପ୍ରକାରେ ଏହି ଥାନା ଅନ୍ତର୍ଗତ ମାଟିଆ ସାହି ଓ ଗୋଲାପଡା ମଝିରେ ଏକ ନିଛାଟିଆ ସ୍ଥାନରେ ସୁତୁମୁସର ଗ୍ରାମର ୮ଜଣ ଯୁବକ ମିଶି ସାଦରା ଗ୍ରାମରେ ଏକ ବଡଧରଣର ଡକାୟତି ଉଦ୍ୟମ କରିବାକୁ ଯୋଜନା ଚଳାଇଥିବାବେଳେ ଠିକଣା ସମୟରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ତାଙ୍କ ଷ୍ଟାପ୍ ସେହି ରାସ୍ତା ଦେଇ ସୋମବାର ଭୋରରୁ ପେଟ୍ରୋଲିଂରେ ଯିବାବେଳେ ଏମାନଙ୍କ ଗତିବିଧି ଲକ୍ଷ୍ୟ କରି ଏମାନଙ୍କୁ ଗୋଡାଇ ଧରିଥିଲେ ।

ଆଉ ପୁଲିସକୁ ଦେଖି ଗୋଟିଏ ବାଇକ୍ରେ ୨ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ଅନ୍ୟ ୬ଜଣଙ୍କୁ ପୁଲିସ କାବୁ କରି ଧରିନେଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସୁତୁମୁସର ଗ୍ରାମର ମନୋଜ କୁମାର ଦଳାଇ(୨୩) ଓରଫ ମୁନା, ବିକାଶ ଦଳାଇ(୨୫) ଓରଫ ରିଙ୍କୁ, ଶତୃଘନ ସ୍ୱାଇଁ ଓରଫ ଟିୟନ(୨୦), ତି୍ରଲୋଚନ ଦଳାଇ ଓରଫ ଲୋଚନ(୨୧), ପବିତ୍ର ଦଳାଇ(୨୭) ଓ ସାଗର ବିଶୋୟୀ(୨୫) । ସମସ୍ତ ଅଭିଯୁକ୍ତ ଗୋଟିଏ ଗ୍ରାମର ହୋଇଥିବା ବେଳେ ଏବେ ନିକଟସ୍ଥ ସାଦରା ଗ୍ରାମରେ ଏକ ବଡଧରଣର ଡକାୟତି ଯୋଜନା ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେବୋଲି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୁଚନା ଦେଇଛନ୍ତି । ଖୁବଶୀଘ୍ର ଫେରାର ୨ଜଣ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଜୋରଦାର ଚଢଉ କରିବବୋଲି ଫାଣ୍ଡି ଅଧିକାରୀ ସାହୁ ସୁଚନା ଦେଇଛନ୍ତି ।

 

 

 

Leave A Reply