ଭଞ୍ଜନଗର : ଛତିଶଗଡରୁ କାର୍ଟୁନ୍ ଧରି ବ୍ରହ୍ମପୁର ଯାଉଥିବା ଏକ ମାଲବାହୀ ଟ୍ରକ୍ ଭଞ୍ଜନଗର ଥାନା ଅନ୍ତର୍ଗତ ପଢାଳ ରାସ୍ତାର ବରଙ୍ଗ ନାଳରେ ନିକଟରେ ପାର୍କିଂ କରି ଏହାର ଡ୍ରାଇଭର ଓ ହେଲପର ଗାଧୋଉଥିବାବେଳେ ଟ୍ରକରେ ପଶି ଡ୍ରାଇଭରଙ୍କ ମୋବାଇଲ ଫୋନକୁ ଲୁଟିନେଇଥିଲା । ତେବେ ଠିକଣା ସମୟରେ ଡ୍ରାଇଭର ଗାଧୋଇସାରି ଫେରିବାବେଳେ ଟ୍ରକରେ ଚୋରକୁ ଦେଖିଥିଲେ ।
ଆଉ ଡ୍ରାଇଭରକୁ ଦେଖି ଚୋର ଦୌଡି ପଳାଇବାକୁ ଉଦ୍ୟମ କଲାବେଳେ ଗୋଡାଇ ଧରିଥିଲେ । ପରେ ତାକୁ ନିସ୍ତୁକ ମାଡ ମାରି ତାଠାରୁ ମୋବାଇଲ ଫୋନ ଉଦ୍ଧାର କରିଥିଲେ । ପରେ ସଂପୃକ୍ତ ଚୋରକୁ ଟ୍ରକ୍ରେ ବଳପୂର୍ବକ ଭର୍ତ୍ତି କରି ତାକୁ ନେଇଯିବାକୁ ଉଦ୍ୟମ କରୁଥିବାବେଳେ ଖବର ପାଇ ସ୍ଥାନୀୟ ପୁଲିସ ଟ୍ରକକୁ ଅଟକ ରଖିବାସହ ଏଥିରେ ଥିବା ଡ୍ରାଇଭର ଓ ଚୋରକୁ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଥାନା ଅଧିକାରୀ ସୁଦୀପ୍ତ ସାହୁ ସୂଚନା ଦେଇଛନ୍ତି ।