Odisha news

ରାଷ୍ଟ୍ରପତି ପୁରସ୍ମାର ପ୍ରାପ୍ତ ଶିକ୍ଷକଙ୍କ ହୁଦଘାତରେ ମୃତ

0

ଭଞ୍ଜନଗର– ବର୍ଷିଆନ ସାହିତ୍ୟିକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ନଟବର ସାହୁଙ୍କ ଲଣ୍ଡେଇସାହି ସ୍ଥିତ ନିଜ ବାସଭବନରେ , ହୃଦଘାତରେ ପରଲୋକ ଘଟିଛି । ସ୍ବର୍ଗତ ସାହୁଙ୍କୁ ମୃତ୍ୟୁ ବେଳକୁ  ୯୦ ବର୍ଷ ହୋଇଥିଲା । ଏହି ମୃତ ଖବର ଭଞ୍ଜନଗର ସହର ଆଖପାଖରେ ପ୍ରଚାରିତ ହେବା ପରେ ସ୍ବର୍ଗତ ସାହୁଙ୍କ ବାସଭବନରେ , ଭଞ୍ଜନଗର ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି  ଶେଷ ଦର୍ଶନ କରିଥିଲେ ।  ସ୍ବର୍ଗତ ସାହୁଙ୍କ ଶବଧାରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅବସରପ୍ରାପ୍ତ ପ୍ରଫେସର୍ କୃତ୍ତିବାସ ବିଶ୍ୱାଳ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ, ଆନନ୍ଦ ସଂଗୀତାୟନ ସଭାପତି କବି ପ୍ରଶାନ୍ତ କୁମାର ମହାନ୍ତି, ପ୍ରାକ୍ତନ ବନଖଣ୍ଡ ଅଧିକାରୀ ଅନୁପମ ବାନାର୍ଜୀ,  ପ୍ରଫେସର ଡକ୍ଟର କମ୍ବୁପାଣିସାମନ୍ତ ପ୍ରମୁଖ ସ୍ବର୍ଗତ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସ୍ଥାନୀୟ ବେଲେଶ୍ୱର ଶ୍ମଶାନ ଘାଟରେ ସ୍ବର୍ଗତ ସାହୁଙ୍କ , ଶବ ସତ୍କାର କରାଯାଇଥିଲା l ସ୍ବର୍ଗତ ନଟବର ସାହୁ ଜଣେ ଲେଖକ ଓ ସାହିତ୍ୟିକ ଭାବେ , ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ ।

Leave A Reply