ଭଞ୍ଜନଗର : ଘର ଆଗରେ ଥିବା ବୁଲେଟକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ ଏଭଳି ଏକ ଘଟଣା ଘଟିଛି। ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମରେ । ଖବର ନେବା ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବୁଲେଟିକୁ ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ବୁଲେଟ ଟିକୁ ପୋଡି ଦେଇଥିବା ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଏଥି ସହିତ ନିକଟରେ ଥିବା ବାପି ଲେଙ୍କାଙ୍କ ବାଇକଟି ମଧ୍ୟ ସାମାନ୍ୟ ପୋଡି ହୋଇଯାଇଛି। ବୁଲୁ ଲେଙ୍କାର ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଆକ୍ରୋଶ ରଖି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି ।ଏହି ଘଟଣାକୁ ନେଇ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।